csstore

ବରିଷ୍ଠ ବିଜେପି ନେତା ନିତ୍ୟାନନ୍ଦ ହୋତାଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଲଖମରା ପଞ୍ଚାୟତର କୁଧେରନପାଲି ଗ୍ରାମର ବରିଷ୍ଠ ବିଜେପି ନେତା ନିତ୍ୟାନନ୍ଦ ହୋତା(୬୩)ଙ୍କ ଆଜି ସକାଳ ୯ଟା ସମୟରେ ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ହୋଇଯାଇଛି । ସ୍ଵର୍ଗତ ଶ୍ରୀ ହୋତା ଅଞ୍ଚଳର ଜଣେ ଜଣାଶୁଣା ସମାଜସେବୀ ହୋଇଥିବା ବେଳେ ଅଞ୍ଚଳର ବିକାଶ ଦିଗରେ ସବୁବେଳେ ପ୍ରଚେଷ୍ଟା ଜାରି ରଖିଥିଲେ । ସେ ଭାରତୀୟ ଜନତା ପାର୍ଟିର ଜଣେ ଟାଣୁଆ ନେତା ଭାବରେ ପରିଚିତ ଥିଲେ । ତାଙ୍କର ପଛରେ ଧର୍ମପତ୍ନୀ କାମିନୀ ହୋତା, ତିନି ପୁଅ ଅଜୁ, ବିଜୁ, ଲିଜୁ ଓ ଦୁଇ ଭାଇ ଗଦାଧର, ଗଙ୍ଗାଧର, ନାତି ନାତୁଣୀ, ବୋହୂଙ୍କୁ ଛାଡି ଚାଲି ଯାଇଛନ୍ତି । ତାଙ୍କର ବିଯୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ଦେହାନ୍ତର ଖବର ପାଇ ବିଜେପି ବରିଷ୍ଠ ନେତା ତଥା ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ସ୍ୱର୍ଗତ ହୋତାଙ୍କ ବାସଭବନକୁ ଯାଇ ଶେଷ ଦର୍ଶନ କରିବା ସହ ଗଭୀର ଶୋକ ବ୍ୟକ୍ତ କରି ତାଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପାଇକମାଲ ଜିଲ୍ଲା ପରିଷଦ ସୁରେନ୍ଦ୍ର ପ୍ରତାପ ସିଂ ବରିହା, ବିଜେପି ଯୁବ ନେତା ଟୁନା ଦଣ୍ଡସେନା, ମଣ୍ଡଳ ସଭାପତି ଭୀଷ୍ମଦେବ ସାହୁ, ହରିହର ମେହେର, ଶିଶିର ଭୋଇ, ପ୍ରହ୍ଲାଦ ସାହୁ, ଲିଙ୍ଗରାଜ ସାହୁ ପ୍ରମୁଖଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଗାଁ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ତାଙ୍କ ବଡ ପୁଅ ଅଜୁ ହୋତା ମୁଖାଗ୍ନି ଦେଇଥିଲେ ।

jayashree
Leave A Reply

Your email address will not be published.