jayashree

ବୁଥ୍‌ ସ୍ତରୀୟ ଅଧିକାରୀ ମାନଙ୍କ ପ୍ରଶିକ୍ଷଣ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଆସନ୍ତା ୩୦ ତାରିଖରୁ ରାଜ୍ୟରେ ଆରମ୍ଭ ହେବାକୁ ଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ବା ଏସ୍‌ଆଇଆର୍ ସୁଚାରୁ ରୂପରେ ସଂପାଦନ ପରିପ୍ରେକ୍ଷୀରେ ବୁଥ୍‌ ସ୍ତରୀୟ ଅଧିକାରୀ (ବିଏଲଓ) ଓ ବିଏଲଓ ସୁପରଭାଇଜରମାନଙ୍କର ଦୁଇ ଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପାନପୋଷ ଆଇଟିଡିଏ ହଲ୍‌ରେ ଅନୁଷ୍ଠିତ ହୋଇଯାଇଛି । ୨୫ ଓ ୨୬ ମେରେ ଆୟୋଜିତ ପ୍ରଶିକ୍ଷଣରେ ରାଉରକେଲା ଓ ବୀରମିତ୍ରପୁର ବିଧାନସଭା କ୍ଷେତ୍ରର ବୁଥ୍‌ ସ୍ତରୀୟ ଅଧିକାରୀମାନେ ଓ ବିଏଲଓ ସୁପରଭାଇଜରମାନେ, ସ୍ୱେଚ୍ଛାସେବୀମାନେ ଯୋଗ ଦେଇଥିଲେ । ପ୍ରଶିକ୍ଷଣରେ ଭୋଟର ସମ୍ବନ୍ଧୀୟ ଫର୍ମ କିପରି ପୂରଣ କରାଯିବ ଏବଂ ଏହାକୁ ୱେବସାଇଟରେ କିପରି ଅପଲୋଡ୍ କରାଯିବ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା ସହ ପ୍ରାୟୋଗିକ ତାଲିମ ପ୍ରଦାନ କରାଯାଇଥିଲା । ୩୦ ମଇରୁ ୨୮ ଜୁନ୍ ୨୦୨୬ ମଧ୍ୟରେ ବୁଥ୍‌ ସ୍ତରୀୟ ଅଧିକାରୀ ବା ବିଏଲଓମାନେ ଘରକୁ ଘର ପରିଦର୍ଶନ କରି ଫର୍ମ ବଣ୍ଟନ କରିବେ ଏବଂ ଭୋଟର ସମ୍ବନ୍ଧୀୟ ସୂଚନା ସଂଗ୍ରହ କରିବେ । ଆଜିର ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ପାନପୋଷ ଚନ୍ଦ୍ରକାନ୍ତ ମଲ୍ଲିକ, ଡେପୁଟି କଲେକ୍ଟର ସାଧବି ଦେହୁରୀଆ, ଡେପୁଟି କମିଶନର ଚନ୍ଦ୍ରକାନ୍ତ, ଅତିରିକ୍ତ ତହସିଲଦାର ସୁଦକ୍ଷ ପଟେଲ ପ୍ରମୁଖ ଭାବେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।

Leave A Reply

Your email address will not be published.