
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସହରରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ଉପୁଜୁଛି । ଏହାକୁ ଦୃଷ୍ଟିରେ ରଖି ପୌର ପରିଷଦ ପକ୍ଷରୁ ସହରର ବିଭିନ୍ନ ସରକାରୀ ଜବର ଦଖଲ କରିଥିବା ଅଞ୍ଚଳକୁ ଖାଲି କରାଯାଉଛି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ସକାଳ ୧୦ ଟା ସମୟରେ ଟିଟିଲାଗଡ ପୌର ପରିଷଦ ପକ୍ଷରୁ ଜବର ଦଖଲ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ଉଚ୍ଛେଦ ସମୟରେ ଟିଟିଲାଗଡ ଉପ ଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ, ଅତିରିକ୍ତ ମାଜିଷ୍ଟ୍ରେଟ ଭାବେ ତହସିଲଦାର ଶଙ୍କର ବାଗ, ଏସ. ଡି. ପି. ଓ ଯଶୋବନ୍ତ ନାରାୟଣ ପ୍ରଧାନି, ପୌର ପରିଷଦର ନିର୍ବାହୀ ଅଧିକାରୀ ଚନ୍ଦନ ଶତପଥୀ ଏବଂ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଏହି ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟା ଆଗକୁ ବି ଜାରି ରହିବ ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି । ଯେହେତୁ ଗଣେଶ ମନ୍ଦିର ଲୋକଙ୍କ ପାଇଁ ଆସ୍ଥା ଓ ଭରସାର ପ୍ରତୀକ, ସେଥିପାଇଁ ଲୋକଙ୍କ ମତାମତ ଲୋଡ଼ିବା ସହ ତାଙ୍କ ଅନୁଶାରେ ନୂତନ ମନ୍ଦିର ନିର୍ମାଣ ଓ ବିଗ୍ରହ ପ୍ରତିଷ୍ଠା ପରେ ଆଜି ପୁରୁଣା ମନ୍ଦିରକୁ ଭଙ୍ଗା ଯାଉଛି ।