jayashree

ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ ଓ ଇସ୍ତଫା ଦାବି କଲା ଆମ୍ ଆଦମୀ ପାର୍ଟି

ବରଗଡ଼, (ମୁନ୍ନା ସାହୁ) : ସର୍ବ ଭାରତୀୟ ନିଟ୍ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଏହାର ନ୍ୟାୟିକ ତଦନ୍ତ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ସହ କୁଶ ପୁତ୍ତଳିକା ଦାହକଲା ଆମ୍ ଆଦମୀ ପାର୍ଟି । ଏହାକୁ ନେଇ ସ୍ଥାନୀୟ ଗାନ୍ଧୀଛକ ଠାରେ ପାର୍ଟି ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିଜେପି ଶାସନରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବେ ଅନ୍ଧକାରକୁ ଚାଲିଯାଇଛି ବୋଲି ରାଜ୍ୟ ସମ୍ପାଦକ ଭବାନୀ ସାହୁ ଅଭିଯୋଗ କରିଛନ୍ତି । କେନ୍ଦ୍ରରେ ବସିଥିବା ଏହି ଅପାରଗ ଶିକ୍ଷା ମନ୍ତ୍ରୀଙ୍କ ଦ୍ୱାରା ଗୋଟିଏ ପରୀକ୍ଷା ମଧ୍ୟ ଠିକ ସେ ହୋଇପାରୁ ନାହିଁ ତେଣୁ ସେ ଇସ୍ତଫା ଦିଅନ୍ତୁ ବୋଲି ଶ୍ରୀ ସାହୁ କହିଛନ୍ତି । ଗତ ମେ ୩ ତାରିଖରେ ନିଟ୍ ପରୀକ୍ଷା ଅନୁଷ୍ଠିତ ହୋଇଥିଲା ଯାହାକି ପାଖାପାଖି ୨୩ ଲକ୍ଷ ଛାତ୍ରଛାତ୍ରୀ ଦେଇଥିଲେ କିନ୍ତୁ ଏହି ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ହୋଇଥିବା ଜଣାପଡିବା ପରେ ପରୀକ୍ଷାକୁ ବାତିଲ କରାଯାଇଛି । ଏନଟିଏ ଦ୍ୱାରା ଆୟୋଜିତ ହେଉଥିବା ଏହି ପରୀକ୍ଷା ୨୦୧୭, ୨୦୨୪ ଓ ଏବେ ୨୦୨୬ରେ ମଧ୍ୟ୍ୟ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଜଣାପଡିଛି । ଏହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି ଯଦୁମଣି ପ୍ରଧାନ, ସମ୍ପାଦକ ସ୍ୱରୂପ ଭୋଇ, ଆଇନଜୀବୀ ରମେଶ ପତି, ମାରିୟମ ବାର୍ଲା, ଶାହରୁଖ ଲୋଧିଆ, ଅସିତ ସାହୁ, ମିଲୁ ନାଗ, ସରିତା ସୁନା, ଗୁରୁଦେବ ଶିକା, ପାଉଲିନା କୁଜୁର, ସିଲାସ ଲୁଗୁନ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.