csstore

ବାଲ୍ୟ ବିବାହ ରୋକିଲା ପ୍ରଶାସନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କୁତୁର୍ଲା ଗାଁରେ ବାଲ୍ୟ ବିବାହ ହେବାକୁ ଥିବା ନେଇ ସୂଚନା ପାଇବା ପରେ ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣ ସହ ଦେଓଗାଁ ବ୍ଲକ ପ୍ରଶାସନ ଓ ଦେଓଗାଁ ପୁଲିସର ମିଳିତ ଉଦ୍ୟମରେ ସେହି ବାଲ୍ୟ ବିବାହକୁ ରୋକା ଯାଇଥିବା ଜଣାପଡିଛି । ରବିବାର ଦିନ ଏହି ନାବାଳିକା ବିବାହ ହେବାକୁ ଥିବା ବେଳେ ଶନିବାର ଦିନ ମଧ୍ୟାହ୍ନରେ ଘରେ ପହଞ୍ଚି ଏହି ବାହାଘରକୁ ବନ୍ଦ କରିଥିଲା ପ୍ରଶାସନ । ପ୍ରଶାସନ ପହଞ୍ଚି ବାଲ୍ୟ ବିବାହକୁ ନେଇ ପରିବାରକୁ ବୁଝାସୁଝା କରାଯାଇଥିଲା । ଏହି ଅବସରରେ ଉପସ୍ଥିତ ଥିବା ସମସ୍ତ ବ୍ୟକ୍ତିଙ୍କ ସମ୍ମୁଖରେ ଏକକିତା ଦଲିଲ ମାଧ୍ୟମରେ ଝିଅ ସାବାଳିକା ହେବା ପରେ ବିବାହ କରାଇବୁ ବୋଲି ନିଷ୍ପତ୍ତି ନେଇଥିଲେ ପରିବାର ବର୍ଗ । ଜିଲ୍ଲା ଆଇନ ସେବା ପ୍ରାଧିକରଣର ସ୍ୱେଚ୍ଛାସେବୀ ସହ ଶିଶୁଙ୍କ ପାଇଁ ଆଇନ ସେବା ୟୁନିଟର ସଭ୍ୟା ବିଦ୍ୟୁତଲତା ଖମାରୀଙ୍କ ଦୃଷ୍ଟି ଗୋଚର ହେବା ପରେ ତାଙ୍କ ସହ ସ୍ଥାନୀୟ ସରପଞ୍ଚ ତେଜ ହରପାଲ, ଦେଓଗାଁ ଆଇସିଡିଏସ ସିଡ଼ିପିଓ ତଥା ବାଲ୍ୟ ବିବାହ ନିବାରଣ ଅଧିକାରୀ ମିନତୀ କୁମାରୀ ମିଶ୍ର, ଆଇସିଡିଏସ ମହିଳା ପରିଦର୍ଶିକା ନଳିନୀପ୍ରଭା ବେହେରା, ଦେଓଗାଁ ଏଏସଇ ରଶ୍ମିତା ସାହୁ, ରଘୁମଣୀ ମିର୍ଦ୍ଧା, କନେଷ୍ଟବଳ ଝିଲି ସାହୁ, ନିତ୍ୟାନନ୍ଦ ମିର୍ଦ୍ଧା, କୁତୂର୍ଲା ଅଙ୍ଗନୱାଡ଼ି କର୍ମୀ ଦମୟନ୍ତୀ ମିଶ୍ର ଏବଂ ୱାର୍ଡ ସଭ୍ୟ ରିତୁ ବୁଡ଼େକ୍ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.