om academy

ପଖନମୁଣ୍ଡା ବିଦ୍ୟାଳୟ ପାଇଲା ପ୍ରକୃତି ମିତ୍ର ପୁରସ୍କାର

jsm

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ମାନ୍ଦଲା କ୍ଳଷ୍ଟରର ପଖନମୁଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଚଳିତ ବର୍ଷ ଓଡ଼ିଶା ସରକାରଙ୍କଠାରୁ ପ୍ରକୃତି ମିତ୍ର ପୁରସ୍କାର ୨୦୨୩ ପାଇଛି । ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡିଶା ସରକାରଙ୍କ ତରଫରୁ ଜୁନ ମାସ ୫ତାରିଖ ବିଶ୍ୱ ପରିବେଶ ଦିବସ ଅବସରରେ ଲୋକସେବା କନଭେନସନ ହଲ ଭୁବନେଶ୍ୱରଠାରେ ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ନବୀନ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମ୍ମାନିତ ଅତିଥି ପ୍ରଦୀପ କୁମାର ଅମାତ, ମନ୍ତ୍ରୀ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡ଼ିଶା ସରକାରଙ୍କ କରକମଳରୁ ବିରଞ୍ଚି ନାରାୟଣ ଦାଶ ପ୍ରମାଣପତ୍ର ଓ କୋଡ଼ିଏ ହଜାର ଚେକ ଗ୍ରହଣ କରିଛନ୍ତି । ପ୍ରକାଶ ଥାଉକି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରକୃତିବନ୍ଧୁ ବିରଞ୍ଚି ନାରାୟଣ ଦାଶ ବିଦ୍ୟାଳୟରେ ବର୍ଷ ତମାମ ବିଭିନ୍ନ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରିବା ସହିତ ଛାତ୍ରଛାତ୍ରୀ ଓ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ ସଭ୍ୟାମାନଙ୍କୁ ନେଇ ବୃକ୍ଷ ରୋପଣ, ବନାଗ୍ନିରୋକିବା, ରକ୍ତ ଦାନ, ନିଶାଦ୍ରବ୍ୟ ସେବନ ନ କରିବା, ପ୍ଳାଷ୍ଟିକ ବ୍ୟବହାର ନକରିବା, ବାଲ୍ୟବିବାହ ନକରିବା, ଜୈବିକ ସାର ପ୍ରୟୋଗ କରିବା ଉପରେ ଅନେକ କାମ କରିଛନ୍ତି । ଏହା ପୂର୍ବରୁ ଶ୍ରୀ ଦାଶ ମାଝୀପଡା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଥିବା ସମୟରେ ମଧ୍ୟ ତାଙ୍କର ଏତାଦୃଶ କାର୍ଯ୍ୟକୁ ଦେଖି ୨୦୧୯ ମସିହାରେ ସରକାରଙ୍କ ଠାରୁ ମାଝୀପଡା ବିଦ୍ୟାଳୟକୁ ପ୍ରକୃତିମିତ୍ର ପ୍ରଦାନ କରାଯାଇଥିଲା । ଚଳିତ ବର୍ଷ ପଖନମୁଣ୍ଡା ବିଦ୍ୟାଳୟ ପାଇଥିବାରୁ ବିଦ୍ୟଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ପରିଚାଳନା କମିଟିର ସଭ୍ୟ ସଭ୍ୟା, ଅଭିଭାବକ ତଥା ଗ୍ରାମବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଆଗାମୀ ଜୁଲାଇ ପ୍ରଥମ ସପ୍ତାହରେ ବନମହୋତ୍ସବ ପାଳନ ଅବସରରେ ସମସ୍ତ ବିଦ୍ୟଳୟରେ ବୃକ୍ଷ ରୋପଣ କରିବାକୁ ଶ୍ରୀ ଦାଶ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.