pakka

ପ୍ରକୃତି ବନ୍ଧୁ ପୁରସ୍କାର ପାଇଲେ ସାମ୍ବାଦିକ ସୁଧୀର କୁମାର ମିଶ୍ର

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରକୃତି ବନ୍ଧୁ ପୁରସ୍କାର ପାଇଛନ୍ତି ବରିଷ୍ଠ ସାମ୍ବାଦିକ ସୁଧୀର କୁମାର ମିଶ୍ର । ପରିବେଶ ସୁରକ୍ଷା ପାଇଁ ସେ ପ୍ରାୟ ୧୦ ବର୍ଷରୁ ଉଦ୍ୟମରତ । ବଲାଙ୍ଗିର ସହର ମଧ୍ୟରେ ଥିବା ପୁରୁଣା ଗଛ ଗୁଡ଼ିକ ରାସ୍ତା ପ୍ରଶସ୍ତିକରଣ ଯୋଗୁଁ କଟା ଯାଉଥିବା ବେଳେ ସେ ଏହାର ବିରୋଧ କରି ଏହାର ପ୍ରତିବାଦ କରିଥିଲେ । ବଲାଙ୍ଗିର ସହର ଉପକଣ୍ଠରେ ମିନି ହରିଶଙ୍କର ଝରଣା ସ୍ଥଳ ଲୋକଲୋଚନକୁ ଆସିବା ପରେ ସେଠାକୁ ଅନେକ ଲୋକ ଯାଇ ମଦ୍ୟପାନ କରି ପରିବେଶ ଦୂଷିତ କରିଥିବା ଓ ବନ୍ୟ ଜନ୍ତୁ ସୁରକ୍ଷା ପାଇଁ ତତ୍କାଳୀନ ରେଞ୍ଜ ଅଫିସର, ଡିଏଫଓଙ୍‌ଙ୍କ ସହିତ ଆଲୋଚନା କରିଥିଲେ । ଫଳରେ ସେଠାରେ ଏକ ଚେକ୍‌ ଗେଟ୍‌ ସ୍ଥାପନ ଫଳରେ ଜଙ୍ଗଲ ଭିତରକୁ ଅନିୟନ୍ତ୍ରିତ ଲୋକଙ୍କ ଯିବା ବନ୍ଦ ହୋଇଥିଲା ଏବଂ ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷିତ ଭାବରେ ରହିଥିଲେ । ଏତଦ୍‌ ବ୍ୟତୀତ ବଲାଙ୍ଗିରର ଜଳାଶୟ ଗୁଡ଼ିକରେ ବିଦେଶୀ ପକ୍ଷୀମାନଂକୁ ମାରି ଦିଆଯାଉôଥବା ଯୋଗୁଁ ଉଦ୍‌ବେଗ ପ୍ରକାଶ କରି ବଲାଙ୍ଗିର ଡିଏଫଓଙ୍କ ସହିତ ଆଲୋଚନା କରି ସେଠାରେ ଜଙ୍ଗଲ ବିଭାଗ ତରଫରୁ ପାଟ୍ରୋଲିଂ ବ୍ୟବସ୍ଥା କରି ବିଦେଶରୁ ଆସୁଥିବା ପକ୍ଷୀମାନଙ୍କ ସୁରକ୍ଷା ଦେଇଥିଲେ । ସର୍ବୋପରି ସାମ୍ବାଦିକ ସୁଧୀର ମିଶ୍ର ୨୦୧୦ ମସିହାରୁ ଜଙ୍ଗଲ ନିଆଁ ଏବଂ ତାର ଭୟାବହତା ପ୍ରସଙ୍ଗକୁ ଲୋକଲୋଚନକୁ ଆଣିବା ସହିତ ନିଜ ଉଦ୍ୟମରେ ବିଭିନ୍ନ ଗ୍ରାମକୁ ଯାଇ ଜଙ୍ଗଲ ନିଆଁ ଉପରେ ଲୋକଙ୍କୁ ସଚେତନତା କରିବା ସହିତ ବନ୍ୟ ଜନ୍ତୁ ସୁରକ୍ଷା ଓ ପରିବେଶ ସୁରକ୍ଷା ଦିଗରେ ଉଦ୍ୟମ କରିଆସୁଛନ୍ତି ।

jay balangir
Leave A Reply

Your email address will not be published.

20 − eight =