pakka

ସଇଁନ୍ତଲା କଲେଜରେ ଅସାମାଜିକ ବ୍ୟକ୍ତିଙ୍କ ବଢୁଛି ପ୍ରାଦୁର୍ଭାବ

ସଇଁନ୍ତଲା, (ଅଜିତ କୁମାର ସାହୁ) : କଲେଜକୁ ଛାତ୍ରଛାତ୍ରୀ ମାନେ ପାଠ ପଢିବା ପାଇଁ ଆଗ୍ରହର ସହିତ ପ୍ରତ୍ୟେକ ଦିନ ଆସନ୍ତି । ଠିକ୍‌ ଭାବେ ପାଠ ପଢା ହେବ ଏବଂ ଛାତ୍ରଛାତ୍ରୀ ମାନେ ଭବିଷ୍ୟତରେ ଭଲ ମଣିଷଟିଏ ହେବେ, ସେ ଚିନ୍ତାରେ ସଭିଏଁ ଥାଆନ୍ତି । ହେଲେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ପଞ୍ଚାୟତ ସମିତି କଲେଜରେ ଏବେ ଅସାମାଜିକ ବ୍ୟକ୍ତିଙ୍କ ବଢୁଛି ପ୍ରାଦୁର୍ଭାଵ, ଏଥିପାଇଁ ଛାତ୍ରୀ ମାନଙ୍କ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଭୁଷୁଡ଼ି ପଡ଼ିଥିବା ଆଲୋଚନା ହେଉଛି । ପ୍ରତ୍ୟେକ ଦିନ କଲେଜ ଭିତରେ ଅସାମାଜିକ ବ୍ୟକ୍ତି ମାନେ ପଶି ଆସୁଥିବା ନେଇ କିଛି ଛାତ୍ରଛାତ୍ରୀ ଅଭିଯୋଗ ମଧ୍ୟ କରିଛନ୍ତି । ତେବେ ଏହି କଲେଜକୁ ନେଇ ଅନେକ ଥର ଏଭଳି ଅଭିଯୋଗ ମଧ୍ୟ ହୋଇଥିବା ବେଳେ ପୁଲିସ ପ୍ରଶାସନ ପକ୍ଷରୁ କଡା ପେଟ୍ରୋଲିଂ ମଧ୍ୟ କରାଯାଉଥିଲା । କିନ୍ତୁ ବର୍ତ୍ତମାନ କଲେଜର ଅଧ୍ୟକ୍ଷଙ୍କ ଅଣଦେଖା ଯୋଗୁଁ ଏଭଳି ସମସ୍ୟା ଦେଖା ଦେଇଥିବା କଲେଜ ଛାତ୍ରୀମାନେ ଅଭିଯୋଗ କରୁଛନ୍ତି । କଲେଜରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସୁଦ୍ଧ ପାନୀୟ ଜଳ ମଧ୍ୟ ନ ଥିବା ଦେଖିବାକୁ ମିଳିଥିବା ବେଳେ କଲେଜ ଭିତରେ କୁଢ଼ କୁଢ଼ ଆବର୍ଜନା ପଡ଼ି ରହିଛି ଓ ସ୍ୱଚ୍ଛତା ପ୍ରତି ଧ୍ୟାନ ଦିଆଯାଉ ନଥିବା ନଜିର ରହିଛି । ତେବେ କଲେଜ ଅଧ୍ୟକ୍ଷ ସମସ୍ୟାର ସମାଧାନ କରିବା ସହ ଛାତ୍ରଛାତ୍ରୀ ମାନଙ୍କ ସୁରକ୍ଷା ଦିଗରେ ପୁଲିସ ପ୍ରଶାସନ କଡା ପେଟ୍ରୋଲିଂ କରିବା ପାଇଁ କଲେଜ ଛାତ୍ରଛାତ୍ରୀ ମାନେ ଦାବୀ କରିଛନ୍ତି ।

Leave A Reply

Your email address will not be published.

fifteen + 2 =