pakka

ବିଜେପି ଜନଜାତି ମୋର୍ଚ୍ଚା ରାଜ୍ୟ ସଭାପତିଙ୍କ କଣ୍ଟାମାଳ ଗସ୍ତ

କଣ୍ଟାମାଳ, (ବଂଶୀଧର ମାଝୀ) : ବିଜେପି ଆଦିବାସୀ ଜନଜାତି ମୋର୍ଚ୍ଚା ରାଜ୍ୟ ସଭାପତି ତଥା ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଆଜି କଣ୍ଟାମାଳ ଗସ୍ତରେ ଆସି କଣ୍ଟାମାଳ ପୂର୍ତ୍ତ ବିଭାଗ ଡାକବଙ୍ଗଳାଠାରେ ପହଞ୍ଚିବା ପରେ ଭାଜପା ଆଦିବାସୀ ମୋର୍ଚ୍ଚା ବୌଦ୍ଧ ଜିଲ୍ଲା ସଭାପତି ଡମ୍ବରୁଧର କଅଁର ସମେତ ଅନ୍ୟମାନେ ଅତିଥୀମାନଙ୍କୁ ଉଚ୍ଛସିତ ସମ୍ବର୍ଦ୍ଧନା ଜଣାଇଥିଲେ । ପରେ ଆଦିବାସୀ ଜିଲ୍ଲା ସଭାପତି ଶ୍ରୀ କଅଁରଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଆସନ୍ତା ପଞ୍ଚାୟତ ନିର୍ବାଚନରେ ଅନୁସୂଚିତ ଜନଜାତିଙ୍କ ପାଇଁ ଜିଲ୍ଲାରେ ସରପଞ୍ଚ, ଜିଲ୍ଲା ଅଧ୍ୟକ୍ଷ ଓ ବ୍ଲକ ଅଧ୍ୟକ୍ଷ ଆସନ ସ୍ଥାନ ସଂରକ୍ଷଣ କରାନଯାଇ କିଭଳି ସଂପୂର୍ଣ୍ଣ ଭାବେ ଅଣଦେଖା କରାଯାଇଛି ସେ ସଂପର୍କରେ ଆଲୋଚନା କରାଯାଇଥିଲା । ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଅନୁସୂଚିତ ଜନଜାତିଙ୍କ ଆସନ ସଂରକ୍ଷଣ ଓ ରଣନୀତି ସଂପର୍କରେ କର୍ମକର୍ତ୍ତାଙ୍କୁ ରାଜ୍ୟ ଜନଜାତି ସଭାପତି ଶ୍ରୀ ଗଣ୍ଡ ଦିଗଦର୍ଶନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ନବରଙ୍ଗପୁର ଭାଜପା ଜିଲ୍ଲା ସଭାପତି, ଯୁବମୋର୍ଚ୍ଚା ସଭାପତି, କୋଷାଧ୍ୟକ୍ଷ ଆଦିଙ୍କ ସହ କଣ୍ଟାମାଳ ବିଜେପି ମଣ୍ଡଳ ସଭାପତି ଅନିଲ ପ୍ରଧାନ, ଯୁବମୋର୍ଚ୍ଚା ଜିଲ୍ଲା ଉପସଭାପତି ସୁଦର୍ଶନ ବଘାର, ଠାକୁର ଚରଣ ନାଏକ, ଗୋପିନାଥ କହଁର, ଚେତନ ଭୋଇ, ଚିତ୍ତ ପାତ୍ର ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ । ପରେ ଆଦିବାସୀ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଗଣ୍ଡ କଣ୍ଟାମାଳରୁ ବଲାଙ୍ଗିର ଅଭିମୁଖେ ଗସ୍ତ କରିଥିଲେ ।

Leave A Reply

Your email address will not be published.

fourteen − 13 =