pakka

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଅଡ଼ୁଆ ବଢ଼ୁଛି : ଘରେ ୨୩ ଘଣ୍ଟା ରେଡ୍, ସମ୍ପର୍କୀୟଙ୍କ ଘରୁ ୨୦ ଲକ୍ଷ ଟଙ୍କା ମିଳିଲା

bbehera

ଭୁବନେଶ୍ୱର : ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି । ଆୟ ବର୍ହିଭୂତ ସମ୍ପତ୍ତି ଅଭିଯୋଗରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ରେଡ଼୍‌ କରିଛି ଭିଜିଲାନ୍ସ ବିଭାଗ । ଗତକାଲି ତାଙ୍କ ଘରେ ୨୩ ଘଣ୍ଟା ଧରି ରେଡ୍ ଚାଲିଥିଲା । ସମ୍ପର୍କୀୟ ଓ ସହଯୋଗୀଙ୍କ ଘର ସମେତ ୧୫ଟି ସ୍ଥାନରେ ହୋଇଥିବା ଏକକାଳୀନ ଚଢ଼ାଉ ହୋଇଥିବା ବେଳେ ପ୍ରଦୀପ ପାଣିଗ୍ରାହୀଙ୍କ ଘରୁ ବହୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ମିଳିଥିବା କୁହାଯାଉଛି । ଜମି, ଘର, ସୁନା ଗହଣା ଓ ଅନ୍ୟାନ୍ୟ ଦାମୀ ଜିନିଷ କିଣିବାର କାଗଜପତ୍ର ଜବତ କରିଛି ଭିଜିଲାନ୍ସ । ଏଥିସହ ତାଙ୍କର ବ୍ୟାଙ୍କ ପାସବୁକ୍, କ୍ରେଡିଟ୍ ଓ ଡେବିଟ୍ କାର୍ଡ, ଲାପଟପ୍ ଏବଂ ମୋବାଇଲ୍ ଫୋନକୁ ସିଜ୍ କରାଯାଇଛି । ରେଡ୍ ବେଳେ ତାଙ୍କର ଜଣେ ସହଯୋଗୀଙ୍କ ଘରୁ ୨୦ ଲକ୍ଷ ଟଙ୍କା ଜବତ ହୋଇଛି । ଏବେ ଏହି ଟଙ୍କାର ଉତ୍ସ ଖୋଜୁଛି ଭିଜିଲାନ୍ସ ।

jay balangir
Leave A Reply

Your email address will not be published.

ten − four =