jayashree

ଚୁଲିଫୁଙ୍କାରେ ରଥଯାତ୍ରା ପାଇଁ ପାଟବସ୍ତ୍ର ପ୍ରଦାନ କଲେ ପୂର୍ବତନ ବିଧାୟକ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବହୁ ଆଡମ୍ବରରେ ବଙ୍ଗୋମୁଣ୍ଡା ବ୍ଲକ ଚୁଲିଫୁଙ୍କା ଗାଁରେ ରଥଯାତ୍ରା ଉତ୍ସବ ପାଳନ କରାଯିବ । ଏଥିପାଇଁ ଗାଁ ଠୁ ସହର ସବୁଠି ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏ ନେଇ ଆଜି ଚୁଲିଫୁଙ୍କା ଗ୍ରାମ କମିଟି ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ଥିବା ବେଳେ କଣ୍ଟାବାଞ୍ଜି ପୂର୍ବତନ ବିଧାୟକ ସନ୍ତୋଷ ସିଂହ ସାଲୁଜା ଆଜି ଚୁଲିଫୁଙ୍କା ଗାଁ ପହଁଚି ମନ୍ଦିର କମିଟିକୁ ସାକ୍ଷାତ କରିଥିଲେ । ଏଥିରେ ବଙ୍ଗୋମୁଣ୍ଡା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୁରୁଚରଣ ବେହେରାଙ୍କ ଉପସ୍ଥିତିରେ ଜଗନ୍ନାଥ ମନ୍ଦିରରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର, ମା’ ସୁଭଦ୍ରାଙ୍କୁ ପାଟବସ୍ତ୍ର ଦେଇ ଆଶୀର୍ବାଦ ନେଇଥିଲେ । ଏହି ସମୟରେ ମନ୍ଦିର କମିଟି ସଦସ୍ୟ ଶ୍ରୀବତ୍ସ ଦାଶ, ହୃଷିକେଶ ଦାଶ, ସୁଶାନ୍ତ ବେହେରା, ପ୍ରଭୁଲାଲ ବେହେରା, ଶରତ ବେହେରା, ଲୋକନାଥ ପୁଟେଲ, ଗୁନ୍ଧର ପୁଟେଲ, ଚିତ୍ତ ରଞ୍ଜନ ବେହେରା, ଜିତେନ୍ଦ୍ର ବେହେରା, ସୁଶୀଲ କୁମାର ବେହେରା ସହ ଅନ୍ୟମାନେ ଉପସ୍ଥିତ ଥିଲେ । ସେହିପରି, ବଙ୍ଗୋମୁଣ୍ଡା ସାହୁପଡା, ସାନମୂଳା, ବିରିପାଲି, ତେତେଲପଡା, ଭାଲୁମୁଣ୍ଡା, ବେଲପଡ଼ା, ଚୁଲିପୁଙ୍କା, ଗୋହିରାପଦର, କଁସିଲ, ଦେଢ଼ଗାଁ, ଭୁଷଲାଡ, ମମିଆ, ଚାନ୍ଦୋତାରା, ସିନ୍ଧେକେଲା, ଅଲଣ୍ଡା / ସୂର୍ଡା, ରାଣୀପୁର/ ଝରିଆଲ ଗାଁ ଗୁଡିକରେ ମଧ୍ୟ ମହାପ୍ରଭୁ ଜଗନ୍ନାଥଙ୍କ ପାଟବସ୍ତ୍ର ବିତରଣ କରାଯାଇଥିବା ନେଇ ସୂଚନା ମିଳିଛି । ଏଥିରେ ବ୍ଲକ ଉପାଧ୍ୟକ୍ଷ କେଶବ ନାରାୟଣ ଜୈନ, ପୂର୍ବତନ ବଙ୍ଗୋମୁଣ୍ଡା ସରପଞ୍ଚ ସୁଶାନ୍ତ କୁମାର ଯୋଶୀ, ବିକାଶ ଜୈନ, ମଣ୍ଟୁ ସରାଫ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.