csstore

ଦୁଇ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ହ୍ୱିଲ୍‌ଚେୟାର ପ୍ରଦାନ

ରାଉରକେଲା (କେପିଏନ୍‌ଏସ୍‌) : ସମାଜସେବା ପ୍ରତି ନିଜର ପ୍ରତିବଦ୍ଧତାକୁ ଜାରି ରଖି ସମାଜସେବୀ ଦେବେନ୍ଦ୍ର ବାଗ ଦୁଇଜଣ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ହ୍ୱିଲ୍‌ଚେୟାର ପ୍ରଦାନ କରିଛନ୍ତି । ଏହି ସହାୟତା ପାଇଥିବା ବ୍ୟକ୍ତିମାନେ ହେଲେ ନେହେରୁପାଲିର ବିରବଲ ନନ୍ଦ (୩୨ ବର୍ଷ) ଏବଂ ସେକ୍ଟର-୬, ଜଗନ୍ନାଥ କଲୋନୀର ବି. ସି. ଗ୍ରାଜୁ (୬୦ ବର୍ଷ)। ସେମାନଙ୍କର ଚଳପ୍ରଚଳରେ ସୁବିଧା ଓ ଦୈନନ୍ଦିନ ଜୀବନକୁ ଅଧିକ ସହଜ କରିବା ଉଦ୍ଦେଶ୍ୟରେ ଏହି ହ୍ୱିଲ୍‌ଚେୟାର ପ୍ରଦାନ କରାଯାଇଛି । ଏହି ଅବସରରେ ଦେବେନ୍ଦ୍ର ବାଗ କହିଥିଲେ ଯେ, ସମାଜର ଅସହାୟ ଓ ଆବଶ୍ୟକତା ସମ୍ପନ୍ନ ଲୋକଙ୍କ ସେବା କରିବା ଆମ ସମସ୍ତଙ୍କର ନୈତିକ ଦାୟିତ୍ୱ । ଆଗାମୀ ଦିନରେ ମଧ୍ୟ ଏଭଳି ଜନହିତକର କାର୍ଯ୍ୟ ଜାରି ରହିବ ବୋଲି ସେ ପ୍ରକାଶ କରିଥିଲେ । ଉପସ୍ଥିତ ସ୍ଥାନୀୟ ବାସିନ୍ଦାମାନେ ଏହି ମାନବିକ ପଦକ୍ଷେପକୁ ପ୍ରଶଂସା କରିଥିଲେ ଏବଂ ଉପକୃତ ବ୍ୟକ୍ତିମାନେ କୃତଜ୍ଞତା ଜଣାଇଥିଲେ ।

jayashree
Leave A Reply

Your email address will not be published.