ବଲାଙ୍ଗିର, (ଦେବାଶିଷ ମିଶ୍ର) : ସର୍ବ ଭାରତୀୟ ରାଜ୍ୟ ପେନସନ ଭୋଗୀ ଫେଡେରେସନର ଆହ୍ୱାନ କ୍ରମେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ, ବଲାଙ୍ଗିର ଶାଖା, ଭେଲିଡେସନ ଆଇନ ୨୦୨୫କୁ ପ୍ରତ୍ୟାହାର କରି ଅଷ୍ଟମ ବେତନ କମିଶନରଙ୍କ ଦ୍ୱାରା ଉପଯୁକ୍ତ ସୁବିଧା ସୁଯୋଗ ପ୍ରଦାନ ପାଇଁ ଅତିରିକ୍ତ ଜିଲ୍ଲାପାଳ, ବଲାଙ୍ଗିର ଜରିଆରେ ପ୍ରଧାନମନ୍ତ୍ରୀ, ଭାରତ ସରକାରଙ୍କୁ କର୍ମଚାରୀ ସଂଘ ତରଫରୁ ସ୍ମାରକପତ୍ର ପ୍ରଦାନ କରାଗଲା । ସ୍ମାରକ ପତ୍ର ପ୍ରଦାନ ବେଳେ ସଂଘର ସଭାପତି ଗୋବିନ୍ଦ ମିଶ୍ର, ସଂପାଦକ କୃଷ୍ଣଚନ୍ଦ୍ର ନାଥ, ସହ-ସଂପାଦକ ଚୈତନ୍ୟ ପଟେଲ, ବରିଷ୍ଠ ସଭ୍ୟ ଲୋକନାଥ ନେପାକ, ଗୋପବନ୍ଧୁ ପୁରୋହିତ, ଶ୍ୟାମ ସୁନ୍ଦର ଦାଶ, ପ୍ରଦୀପ ସାହୁ, ପୁରୁଷୋତ୍ତମ ପଣ୍ଡା, କୃଷ୍ଣଚନ୍ଦ୍ର ମହାକୁର, ରାମ ଶଙ୍କର ଶତପଥୀ, ବୈକୁଣ୍ଠ ସ୍ୱାଇଁ, ଜୟଦେବ ବେହେରା ଓ ବିଜୟ ବାଗ ଉପସ୍ଥିତ ଥିଲେ ।
Prev Post
Next Post