csstore

୨୭ରୁ ରାମଜୀ ନାଟକ ସଂସଦ ରାମଲୀଳା ମହୋତ୍ସବ

ଝଲସିବ ସର୍ବ ପୁରାତନ କାଠ ମୁଖା ଓ ଛଉ ନୃତ୍ୟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ମାଉସୀ ମା’ ମନ୍ଦିର ପ୍ରାଙ୍ଗଣରେ ରାମଜୀ ନାଟକ ସଂସଦ ସର୍ବ ପୁରାତନ ରାମଲୀଳା ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ରାମଲୀଳା ମହୋତ୍ସବ ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ସାଧାରଣ ସଂପାଦକ ରାମଚନ୍ଦ୍ର ନାଏକଙ୍କ ସଭାପତିତ୍ୱରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମଂଚାସୀନ ଥିଲେ ନାଟ୍ୟଗୁରୁ ବାଳମୁକୁନ୍ଦ ବେହେରା, ରବି ନାରାୟଣ ନାଏକ, ଉପ-ସଭାପତି ଚତୁର୍ଭୁଜ ରାଉତ, କୋଷାଧ୍ୟକ୍ଷ ପ୍ରହଲ୍ଲାଦ ଦର୍ଜୀ, ଡା. ରୁଦ୍ରନାରାୟଣ ପଟେଲ, ଚତୁର୍ଭୁଜ ପଟେଲ ମଂଚାସିନ ଥିଲେ । ସର୍ବ ପୁରାତନ ରାମଲୀଳା ୨୦୨୬କୁ ଏ ବର୍ଷ ରାମଲୀଳା ମହୋତ୍ସବରେ ନାମିତ ହୋଇଛି । ସ୍ଥାନୀୟ ଯୁବପିଢି, ଯୁବ କଳାକାର ଓ ପୁରାତନ କଳାକାରକୁ ନେଇ ମହୋତ୍ସବ ଆୟୋଜିତ ହେବ । ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ । ୨୭ ମାର୍ଚ୍ଚରୁ ୨୮ ଏପ୍ରିଲ ପର୍ଯ୍ୟନ୍ତ ଆୟୋଜିତ ହେବ । ପ୍ରତିଦିନ ବୈଶ୍ୟ ସଦାଶିବ ରଚିତ ବିଭିନ୍ନ ଅଧ୍ୟାୟରେ ନାଟକ ପରିବେଷଣ ହେବ । ବିଶେଷ ଆକର୍ଷଣ ହେବ ସର୍ବ ପୁରାତନ ପାରଂପାରିକ ୧୫୦ ବର୍ଷର ପାଟଣା ଶାସନର ରାମଲୀଳାରେ ଶୋଭା ପାଉଥିବା କାଠ ମୁଖା ଏବଂ ଛଉ ନୃତ୍ୟରେ ତାଳେ ତାଳେ ଆୟୋଜିତ ହେବ । ଆସନ୍ତା ଶୁକ୍ରବାର ଦିନ ରାମଜୀ ପଡା ରାମଜୀ ମନ୍ଦିରରୁ ସନ୍ଧ୍ୟାରେ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଏଥିରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବିଭିନ୍ନ କଳାକାର ସାମିଲ ହେବ ଏବଂ ସର୍ବ ପୁରାତନ ରାମଲୀଳା ଅନୁଷ୍ଠାନର କଳାକାରମାନେ ସାମିଲ ହେବେ । ଶେଷରେ ପ୍ରଶାନ୍ତ ମହାକୁର ଧନ୍ୟବାଦ ଅର୍ପଣ ଦେଇ କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.