pakka

ଆଇ. ଆର. ଇ.ଏଲ୍.ର ଅବସରପ୍ରାପ୍ତ କର୍ମଚାରୀଙ୍କୁ ନୂତନ ଧାର୍ଯ୍ୟ ପେନ୍‌ସନ୍‌ ପ୍ରଦାନ ପାଇଁ ଦାବୀ

bbehera

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଭାରତ ସରକାରଙ୍କ ପରମାଣୁ ଶକ୍ତି ବିଭାଗ ଅଧିନସ୍ଥ ଛତ୍ରପୁର ନିକଟସ୍ଥ ମାଟିଖାଲଠାରେ ଅବସ୍ଥାପିତ ପ୍ରତିଷ୍ଠିତ ବୃହତ୍ତ ଶିଳ୍ପ – ଅନୁଷ୍ଠାନ ଆଇ. ଆର. ଇ.ଏଲ୍.ର ଅବସର ପ୍ରାପ୍ତ କର୍ମଚାରୀ ସଂଘ ଆନୁକୁଲ୍ୟରେ, ସଂଘ ସଭାପତି ସୂର୍ଯ୍ୟକାନ୍ତ ପାତ୍ର ଓ ସାଧାରଣ ସଂପାଦକ ପଞ୍ଚୁ ବେହେରାଙ୍କ ନେତୃତ୍ୱରେ ରିଜ୍‌ଓନାଲ୍ ପି.ଏଫ୍. କମିଶନରଙ୍କ ସହ ଗୁରୁବାର ସାକ୍ଷାତ କରି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ସେମାନଙ୍କର ମୁଖ୍ୟ ଦାବୀ ହେଲା ଯେ’ ୪.୧୧.୨୦୨୨ ତରିଖରେ ଜାରୀ ହୋଇଥିବା ସୁପ୍ରିମକୋର୍ଟ ଅର୍ଡର ଅନୁଯାଇ, ଇପିଏସ୍‌- ୯୫ ଅନ୍ତର୍ଗତ ନୂତନ ପେନ୍‌ସନ୍ ଦେବା ନିମନ୍ତେ ଦାବୀ କରିବା ପୂର୍ବକ ଏକ ସ୍ମାରକପତ୍ର ଆଇ.ଆର.ଇ.ଏଲ୍.ର ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ପ୍ରଦତ୍ତ ହୋଇଛି । ଏଥିରେ ଅନୁଷ୍ଠାନର ଉପସଭାପତି ସୁରେଶ ଜେନା ଓ ଏନ୍.ସି ପାଇଚ୍ଛାଙ୍କ ସମେତ ଅନ୍ୟ କର୍ମକର୍ତ୍ତା ଓ ୬୦ ଜଣରୁ ଅଧିକ ଅବସର ପ୍ରାପ୍ତ କର୍ମଚାରୀ ଯୋଗ ଦେଇଥିଲେ । ଗତ ଚାରି ମାସ ପୂର୍ବେ ରିଜ୍‌ଓନାଲ୍ ପି.ଏଫ୍. କମିଶନରଙ୍କ ସହ ସାକ୍ଷାତ କରି ବହୁ ଦାବିପତ୍ର ଦିଆଯାଇଥିଲା । କିନ୍ତୁ ପି.ଏଫ୍. କମିଶନରଙ୍କ କାର୍ଯ୍ୟାଳୟରେ ଅବଶ୍ୟକ ସଂଖ୍ୟକ କର୍ମଚାରୀ ନଥିବା କଥା ଦର୍ଶାଇ, ଆଜି ପର୍ଯ୍ୟନ୍ତ ଅଫିସର କାଳ କ୍ଷେପଣ ନୀତି ଅବଲମ୍ବନ କରି ଆସୁଛନ୍ତି ବୋଲି ଅବସର କର୍ମଚାରୀ ସଂଘ କ୍ଷୋଭ ପ୍ରକାଶ କରିଛନ୍ତି । ଯଥାଶୀଘ୍ର ନୂତନ ପେନ୍‌ସନ୍‌ ଦିଆଯିବା ନିମନ୍ତେ ଦୃଢଦାବୀ ଉପସ୍ଥାପନ କରିଥିଲେ ।

jay balangir
Leave A Reply

Your email address will not be published.

15 + 19 =

error: Content is protected !!