csstore

ଏସ୍.ଏସ୍. ବି ଅଧ୍ୟାପକଙ୍କ ଗ୍ରେଡ୍ ପେ ସଂଶୋଧନ ପାଇଁ ଦାବିପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ବଲାଙ୍ଗିର ଜିଲ୍ଲା ଗସ୍ତରେ ଥିବାବେଳେ ବଲାଙ୍ଗିର ଜିଲ୍ଲା ଏସ୍. ଏସ୍. ବି ଅଧ୍ୟାପକମାନଙ୍କର ଏକ ପ୍ରତିନିଧି ଦଳ ତାଙ୍କୁ ସାକ୍ଷାତ କରି ଅଭିନନ୍ଦନ ଜଣାଇବା ସହ ସଂଘର ଏକ ଦୀର୍ଘ ଦିନର ଦାବି ଗ୍ରେଡ୍ ପେ ସଂଶୋଧନକୁ ନେଇ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ଓଡିଶା ରାଜ୍ୟ ପ୍ରବରଣ ମଣ୍ଡଳୀ (ଏସ୍.ଏସ୍.ବି.) ଦ୍ୱାରା ମନୋନୀତ ଓ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟରେ ନିଯୁକ୍ତ ଅଧ୍ୟାପକମାନେ ମୂଳ ଦରମାରେ ୪୬୦୦ ଗ୍ରେଡ୍ ପେ ପାଉଥିବାବେଳେ ସମାନ ଯୋଗ୍ୟତା ଓ ସମାନ ପ୍ରକ୍ରିୟାରେ ନିଯୁକ୍ତ ସରକାରୀ ମହାବିଦ୍ୟାଳୟର ଅଧ୍ୟାପକମାନେ ୫୪୦୦ ଗ୍ରେଡ୍ ପେ ପାଉଛନ୍ତି । ସମାନ କାମକୁ ସମାନ ଦରମା ନ୍ୟାୟରେ ଏହାକୁ ସହୃଦୟତା ସହିତ ବିଚାର କରି ଗ୍ରେଡ୍ ପେ ସଂଶୋଧନ କରିବା ସହ ଏହି ବର୍ଗର ଅଧ୍ୟାପକମାନଙ୍କୁ ଉଚିତ୍‌ ନ୍ୟାୟ ପ୍ରଦାନ କରିବାକୁ ଅନୁରୋଧ କରାଯାଇଛି । ଏହି ପ୍ରତିନିଧି ଦଳରେ ଅଧ୍ୟାପକ ଦୈତାରୀ ଶବର, ଡକ୍ଟର ଭୂରିଶ୍ରବା ମାଝୀ, ଡକ୍ଟର ଲିଙ୍ଗରାଜ ମେହେର, ଡକ୍ଟର ରଶ୍ମିଲତା ମହାନନ୍ଦ, ମାନସ କୁମାର, ଗୋପାଳ ସାହୁ, ସୋମନାଥ ପଧାନ, ନୀଳାମ୍ବର ବାରିକ, ଶିବାନନ୍ଦ ସାହୁ, ରୂପେଶ ଷାଣ୍ଡ, ସୁନୟ ସାହୁ, ବାସ୍ତବ ପଧାନ ପ୍ରଭୃତି ଅଧ୍ୟାପକ ସାମିଲ ଥିଲେ ।

jayashree
Leave A Reply

Your email address will not be published.