pakka

ରେଲୱେ ବିଭାଗର ସମସ୍ୟା ସମ୍ବନ୍ଧରେ ବିଭାଗୀୟ ମନ୍ତ୍ରୀଙ୍କ ସହିତ ଆଲୋଚନା ଏବଂ ସ୍ମାରକପତ୍ର ପ୍ରଦାନ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ନୂଆଦିଲ୍ଲୀ ଠାରେ ଭାରତ ସରକାରଙ୍କ ରେଲୱେ, ସଂଚାର, ସୂଚନା ପ୍ରୋଦ୍ୟୋଗୀକ, ଇଲେକ୍ଟ୍ରୋନିକ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷାତ କରି ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ସୁଜିତ କୁମାର, ଶ୍ରୀମତୀ ମମତା ମହନ୍ତ ପ୍ରମୁଖ ପଶ୍ଚିମ ଓଡିଶାର ରେଲୱେ ବିଭାଗ ସମ୍ବନ୍ଧୀୟ ସମସ୍ୟା ଏବଂ ଜନସାଧାରଣଙ୍କ ଦାବୀ ଗୁଡିକର ଆସୁ ସମାଧାନ ପାଇଁ ଏକ ସ୍ମାରକପତ୍ର ପ୍ରଦାନ କରିଥିବା ଜଣାପଡିଛି । ଦାବୀ ଗୁଡିକ ମଧ୍ୟରେ ବଲାଙ୍ଗିର – ଖୋର୍ଦ୍ଧା ଭାୟା ସୋନପୁର – ବୌଦ୍ଧ, ଫୁଲବାଣୀ – ନୟାଗଡ ନୂତନ ରେଲୱେ ଲାଇନର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବା, ପ୍ରସ୍ତାବିତ ବଲାଙ୍ଗିର – ନୂଆପଡା ଭାୟା ହର୍ଡ଼ାଟାଲ – ଚୂଡ଼ାପାଲି, ଭଇଁସା – ପାଟଣାଗଡ, ଗମ୍ଭାରୀ – ଲଖନା, ଖପ୍ରାଖୋଲ ନୂତନ ରେଲୱେ ଲାଇନର ଚୂଡାନ୍ତ ସର୍ଭେ କାର୍ଯ୍ୟ ତୁରନ୍ତ ସମାପ୍ତ କରି ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା, କଣ୍ଟାବାଞ୍ଜି ଜୟପୁର ଭାୟା କୋକସରା ଧର୍ମଗଡ଼ ନୂତନ ରେଲୱେ ଲାଇନ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବା, ବଲାଙ୍ଗିର ବରଗଡ଼ର ଯାତ୍ରୀଙ୍କ ସୁବିଧା ପାଇଁ ଦିଲ୍ଲୀ ପ୍ରୟାଗରାଜ ସମତା ଏକ୍ସପ୍ରେସ ଟ୍ରେନ୍‌କୁ ରାୟପୁର, କଣ୍ଟାବାଞ୍ଜି, ବିଶାଖାପାଟଣା ପରିବର୍ତ୍ତେ କଣ୍ଟାବାଞ୍ଜି, ଟିଟିଲାଗଡ଼, ବଲାଙ୍ଗିର, ବରଗଡ଼, ସମ୍ବଲପୁର ଲାଇନରେ ଚଳାଚଳ କରିବା, ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ସମ୍ବଲପୁର – ପୁରୀ ଇଣ୍ଟର୍ସିଟି ଏକ୍ସପ୍ରେସ ଟ୍ରେନ୍‌କୁ ସମ୍ବଲପୁର ପରିବର୍ତ୍ତେ ବଲାଙ୍ଗିର ରେଲୱେ ଷ୍ଟେସନ ଠାରୁ ଚଳାଚଳ କରିବା, ଭୁବନେଶ୍ୱର ବଲାଙ୍ଗିର ସୁପରଫାଷ୍ଟ ଏକ୍ସପ୍ରେସ ଟ୍ରେନ୍‌କୁ ବଲାଙ୍ଗିରରୁ କଣ୍ଟାବାଞ୍ଜି ରେଲୱେ ଷ୍ଟେସନ ପର୍ଯ୍ୟନ୍ତ ପାରିବର୍ଦ୍ଧିତ କରିବା, କଣ୍ଟାବାଞ୍ଜି ରେଲୱେ ଷ୍ଟେସନ ରେଲୱାଗନ ଫେକ୍ଟ୍ରି, ଇଲେକ୍ଟ୍ରି ଲୋକୋସେଡ, ସ୍ୱତନ୍ତ୍ର ରେଲୱେ ହସ୍ପିଟାଲ ପ୍ରତିଷ୍ଠା କରିବା, ଅମୃତସର, ବିଶାଖାପାଟଣା, ହୀରାକୁଦ ଏକ୍ସପ୍ରେସ ଟ୍ରେନ୍‌କୁ ବଲାଙ୍ଗିର – ବରଗଡ ରେଲୱେ ଲାଇନରେ ଚଳାଚଳ କରିବା, ଟିଟିଲାଗଡ଼ ରେଲୱେ ଷ୍ଟେସନର ନୂତନ ନିର୍ମିତ ପ୍ଲାଟଫର୍ମ ନଂ ୪ ଏବଂ ପ୍ଲାଟଫର୍ମ ନଂ ୫ରେ ଯାତ୍ରୀ ପ୍ରତୀକ୍ଷାଳୟ, ଶୌଚାଳୟ, ବ୍ୟାଟେରୀଚାଳିତ ଗାଡ଼ି, ପାନୀୟଜଳ ବ୍ୟବସ୍ଥା, ଯାନବାହାନ ପାର୍କିଂ ବ୍ୟବସ୍ଥା କରିବା, ଜାମ୍ମୁ ତାୱାଇ ଏକ୍ସପ୍ରେସ ଟ୍ରେନ୍‌କୁ ବଲାଙ୍ଗିର ପର୍ଯ୍ୟନ୍ତ ପାରିବର୍ଦ୍ଧିତ କରିବାକୁ ଦାବୀ କରାଯାଇଛି ।

Leave A Reply

Your email address will not be published.

five × 3 =