pakka

ସମାଜସେବୀ ଜୟ ପ୍ରକାଶ ଅଗ୍ରୱାଲଙ୍କ ପରଲୋକ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସମାଜସେବୀ ତଥା କବି ଜୟପ୍ରକାଶ ଅଗ୍ରୱାଲଙ୍କ (୭୨) ବର୍ଷ ବୟସରେ ମାଲପଡା ସ୍ଥିତ ବାସଭବନରେ ପରଲୋକ ହୋଇଯାଇଥିବା ଖବର ମିଳିଛି । ସେ ଜଣେ ସମାଜସେବୀ, ପରୋପକାରୀ, ଧର୍ମପରାୟଣ ବ୍ୟକ୍ତି ଥିଲେ । ତାଙ୍କ ଶେଷ ସମୟରେ ତାଙ୍କ ପାଞ୍ଚ ପୁତ୍ର ରାଜୀବ, ଡା. ମନୋଜ, ଇଂ. ବିନୋଦ, ପ୍ରମୋଦ ଓ ଅଶୋକ ଉପସ୍ଥିତ ଥିଲେ । ଆଜି ବିଭୁତିପଡା ସ୍ଥିତ ଶ୍ମଶାନ ଘାଟରେ ତାଙ୍କର ଅନ୍ତେଷ୍ଟି କ୍ରିୟା ସମ୍ପନ୍ନ ହୋଇଥିଲା । ବିଶିଷ୍ଟ ବ୍ୟକ୍ତିମାନେ ଅନ୍ତେଷ୍ଟି କ୍ରିୟାରେ ଯୋଗ ଦେଇଥିଲେ । ତାଙ୍କର ଜ୍ୟେଷ୍ଠ ପୁତ୍ର ରାଜୀବ ମୁଖାଗ୍ନି ଦେଇଥିଲେ । ତାଙ୍କର ପରଲୋକରେ ପରିଚିତ ମହଲରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.

two × 3 =