pakka

ଝାଙ୍କରପାଲି ପଞ୍ଚାୟତ ଠାରେ ଗ୍ରାମସଭା ଅନୁଷ୍ଠିତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଝାଙ୍କରପାଲି ପଞ୍ଚାୟତ ଠାରେ ଏକ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ସଭ୍ୟା ଶ୍ରୀମତୀ ଅନାମିକା ହୋତା ଯୋଗ ଦେଇଥିବା ବେଳେ ବ୍ଲକ ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ହୋତା, ସରପଞ୍ଚ ବୃନ୍ଦାବତି ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଗ୍ରାମସଭାରେ ଗ୍ରାମବାସୀଙ୍କ ବିଭିନ୍ନ ସମସ୍ୟା ଶୁଣି ଶୀଘ୍ର ସମାଧାନ ପାଇଁ ଅତିଥି ଭାବେ ପ୍ରତିଶୃତି ଦେଇଥିଲେ । ପରେ ଅନୁସୂଚିତ ଜାତି/ଜନଜାତି ସ୍କୁଲକୁ ପରିଦର୍ଶନ କରି ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କ ସହିତ ସମୟ ଅତିବାହିତ କରି ବିଭିନ୍ନ ସମସ୍ୟା ପଚାରି ବୁଝିଥିଲେ ।

jay balangir
Leave A Reply

Your email address will not be published.

15 − four =

error: Content is protected !!