pakka

ଆଗଲପୁର ଉଭୟ ପ୍ରାର୍ଥୀଙ୍କ ପାଇଁ ନରସିଂହଙ୍କ ପ୍ରଚାର ଜନହିତକର

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେଶରେ ଗରିବଙ୍କ ପାଇଁ ହୋଇଥିବା ସମସ୍ତ ଜନହିତକର ଯୋଜନା କେବଳ କଂଗ୍ରେସ ନିଜ ନିଜ ଅମଳରେ ଆଣିଛି । ଗ୍ରାମାଞ୍ଚଳ ଶ୍ରମିକଙ୍କ ପାଇଁ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ହେଉ କି କୃଷକଙ୍କ ପାଇଁ ବିଭିନ୍ନ ଜଳସେଚନ ଯୋଜନା, ଗ୍ରାମାଞ୍ଚଳବାସୀଙ୍କ ସ୍ୱାସ୍ଥ୍ୟ ଶିକ୍ଷା ସମେତ କୃଷକଙ୍କ ପାଇଁ କୃଷି ଋଣ ଛାଡ୍‌ କଂଗ୍ରେସ ଅମଳରେ ହିଁ ହୋଇଛି । ଏପରିକି ଗ୍ରାମାଞ୍ଚଳକୁ ମଜବୁତ କରି ଗଢି ତୋଳିବା ପାଇଁ ପଞ୍ଚାୟତିରାଜ ବ୍ୟବସ୍ଥାର ପ୍ରାରମ୍ଭ ମଧ୍ୟ କଂଗ୍ରେସ ଅମଳରେ ହୋଇଛି । ଅନ୍ୟ ଦଳମାନେ ନିର୍ବାଚନ ଜିତିବା ପରେ ଏହି ବ୍ୟବସ୍ଥାର ମୂଳ ଲକ୍ଷ୍ୟ ଭୁଲି କେବଳ ଜନ ସ୍ୱାର୍ଥ ପାଇଁ କାମ କରୁଛନ୍ତି । ତେଣୁ ଏଥର ଜିଲ୍ଲା ପରିଷଦ ନିର୍ବାଚନରେ କଂଗ୍ରେସ ଦଳକୁ ହିଁ ଭୋଟ ଦିଅନ୍ତୁ ବୋଲି ଆଜି ଆଗଲପୁର ଜୋନ ୨ ପ୍ରାର୍ଥୀ ଧନଞ୍ଜୟ ପଟେଲ ଓ ଜୋନ ୧ ପ୍ରାର୍ଥୀ ଗଣେଶ ସାହୁଙ୍କ ପାଇଁ ନିର୍ବାଚନ ପ୍ରଚାର ବେଳେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଜିଲ୍ଲା ପରିଷଦର କ୍ଷମତା ଅନେକ । କିନ୍ତୁ ବିଗତ ଦିନରେ ଜିଲ୍ଲା ପରିଷଦ ପାଇଁ ବିଭିନ୍ନ ଦଳର ସଭ୍ୟମାନେ ଲୋକଙ୍କ ଭୋଟ ଦିନରେ ଜିଲ୍ଲା ପରିଷଦ ପାଇଁ ବିଭିନ୍ନ ଦଳର ସଭ୍ୟମାନେ ଲୋକଙ୍କ ଭୋଟ ନେଇ କିଛି କାମ କରି ନାହାନ୍ତି । ଲୋକଙ୍କ ପାଇଁ କାମ କରିବା ତ ଦୂରର କଥା ଯିଏ ଭୋଟ ନେଇ ଗାଁକୁ ଆଡ ଆଖିରେ ମଧ୍ୟ ଦେଖୁନାହିଁ ସେହିଭଳି ପ୍ରାର୍ଥୀଙ୍କୁ କଦାପି ଲୋକେ ଭୋଟ ଦିଅନ୍ତୁ ନାହିଁ । ଏଥର ଆପଣମାନେ କଂଗ୍ରେସର ହାତ ଚିହ୍ନରେ ଭୋଟ ଦିଅନ୍ତୁ । ଦେଖିବେ ଏ ଅଞ୍ଚଳର ବିକାଶ ନିଶ୍ଚୟ ହେବ । ଅଞ୍ଚଳରେ ଥିବା କୃଷ, ଶ୍ରମିକ, ଛାତ୍ର, ଯୁବକଙ୍କ ସମସ୍ୟାମାନଙ୍କର ସମାଧାନ ପାଇଁ ବାଟ ଫିଟିବ । ଆଜିର ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ମିଶ୍ରଙ୍କ ସହିତ ବ୍ଲକ ଉପାଧ୍ୟକ୍ଷ ମନ ମୋହନ ପଟେଲ, କଂଗ୍ରେସ ନେତା ବିଶ୍ୱଜିତ ସିଂହଦେଓ, ସାଧୁ ମେହେର, ସୁଧୁରି ପଟେଲ ପ୍ରମୁଖ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

nine + eighteen =

error: Content is protected !!