ପଦ୍ମପୁର ଉପନିର୍ବାଚନରେ ପ୍ରଚାରର ମଙ୍ଗ ଧରିବେ ଧର୍ମେନ୍ଦ୍ର ପ୍ରଧାନ

  • ଆସନ୍ତାକାଲି ଠାରୁ ୩ ଦିନିଆ ପ୍ରଚାରରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ : ପୃଥ୍ୱୀରାଜ ହରିଚନ୍ଦନ
  • ନଭେମ୍ବର ୨୯, ୩୦ ଓ ଡିସେମ୍ବର ୧ରେ ପଦ୍ମପୁରରେ ପ୍ରଚାର କରିବେ
  • ରୋଡ ସୋ, ପଦଯାତ୍ରା ଓ ଜନସଭାର କାର୍ଯ୍ୟକ୍ରମ ରହିଛି
  • ଡିସେମ୍ବର ୩ରେ ଏକ ବିଶାଳ ଜନସଭାକୁ ସମ୍ବୋଧନ କରିବେ
  • ଆୟକର ଚଢାଉକୁ ନେଇ ବିଜୁ ଜନତା ଦଳ ଏତେ ଭୟଭିତ କାହିଁକି ?

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାର କରିବା ୩ ଦିନିଆ କାର୍ଯ୍ୟକ୍ରମରେ ଆସୁଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ଆସନ୍ତା ନଭେମ୍ବର ୨୯, ୩୦ ଓ ଡିସେମ୍ବର ୧ ତାରିଖରେ ପଦ୍ମପୁରରେ ପ୍ରଚାର କରିବା ସହ ଆସନ୍ତା ୩ ତାରିଖରେ ଏକ ବିଶାଳ ଜନସଭାକୁ ସମ୍ବୋଧନ କରିବେ ବୋଲି ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ଆସନ୍ତା କାଲି ସକାଳ ୧୧.୩୦ରୁ ମାଣ୍ଡୋସିଲ ଠାରେ ଏକ ଜନସଭା କରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରଚାର ଆରମ୍ଭ କରିବେ । ମିଠାପାଲି, ପାଇକମାଲ, ହିରାପୁର, ନୂଆଗାଁ, ଝାରମୁଣ୍ଡାରେ ରୋଡ ସୋ, ପଦଯାତ୍ରା କରିବେ । ଅପରାହ୍ନ ୪.୩୦ରେ ଭେଙ୍ଗରାଜପୁରରେ ଏକ ସାଧାରଣ ଜନସଭାକୁ ସମ୍ବୋଧିତ କରିବେ । ଏହାପରେ ମାଲଦା, ପଲସଦା ଓ ଖଇରାରେ ରୋଡ ସୋ କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲିର ଶେଷ କାର୍ଯ୍ୟକ୍ରମ ଭାବରେ ସନ୍ଧ୍ୟା ୬.୩୦ରେ ବିଜାଡିହରେ ଏକ ସାଧାରଣ ଜନସଭାରେ ଶ୍ରୀ ପ୍ରଧାନ ଯୋଗ ଦେବେ । ସେହିଭଳି ନଭେମ୍ବର ୩୦ ଓ ଡିସେମ୍ବର ୧ ତାରିଖରେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ଅନ୍ୟ ସ୍ଥାନ ମାନଙ୍କରେ ସେ ପ୍ରଚାର କରିବେ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି । ଆଜି ପଦ୍ମପୁର ଅଂଚଳରେ ଆୟକର ବିଭାଗର ଚଢାଉକୁ ନେଇ ସାମ୍ବାଦିକ ମାନଙ୍କର ପ୍ରଶ୍ନର ଉତରରେ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ଯଦି କୌଣସି ବ୍ୟକ୍ତି ଆଇନକୁ ଭାଙ୍ଗିଥିବେ, ବେଆଇନ ଭାବରେ କଳାଟଙ୍କା ରଖିଥିବାର ପ୍ରମାଣ ଆୟକର ବିଭାଗ ପାଖରେ ଥିବ ତେବେ ଯାଇ ସେମାନେ ଚଢାଉ କରିଥିବେ । ବିଜୁ ଜନତା ଦଳର ମୁଖିଆ ସବୁବେଳେ ଆଇନ ତା ବାଟରେ ଯିବ ବୋଲି କୁହନ୍ତି । ଆୟକର ଚଢାଉ ମଧ୍ୟ ଆଇନ ଆଧାରରେ ହେଉଛି । ବିଜୁ ଜନତା ଦଳ ଏହାକୁ କାହିଁକି ବିରୋଧ କରୁଛି । କଣ ନିର୍ବାଚନ ଅଛି ବୋଲି ଦୁର୍ନୀତିଗ୍ରସ୍ତ ଓ ଅପରାଧୀମାନଙ୍କ ଉପରେ କାର୍ୟ୍ୟାନୁଷ୍ଣାନ ନକରାଯାଇ ସେମାନଙ୍କୁ ଛାଡି ଦିଆଯିବ କି ?

Leave A Reply

Your email address will not be published.

nine + thirteen =