csstore

ଜ୍ୟୋତି ରଂଜନ ସ୍ମାରକୀ ଉଦ୍‌ଯାପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସିଦ୍ଧାଶ୍ରମ ସେବା ପ୍ରତିଷ୍ଠାନ, ବାରପୁଡୁଗିଆ ଆନୁକୂଲ୍ୟରେ ୧୮ତମ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ, ଜ୍ୟୋତି ରଂଜନ ସ୍ମାରକୀ ଉଦ୍‌ଯାପିତ ହୋଇଯାଇଛି । ଆଜି ପ୍ରଥମ ସେମିଫାଇନାଲ ମ୍ୟାଚରେ ଚାଣ୍ଟିମୁଣ୍ଡା ଦଳ ବାରପୁଡୁଗିଆ ଦଳକୁ ହରାଇ ଫାଇନାଲକୁ ପ୍ରବେଶ କରିଥିବା ବେଳେ ଦ୍ୱିତୀୟ ମ୍ୟାଚରେ କୁଟୁମଡୋଳା ଦଳ ଇଲେଭେନ ଷ୍ଟାର ବାରପୁଡୁଗିଆ ଦଳକୁ ହରାଇ ଫାଇନାଲକୁ ପ୍ରବେଶ କରିଥିଲା । ତୃତୀୟ ମ୍ୟାଚ୍‌ରେ ଚାଣ୍ଟିମୁଣ୍ଡା ଦଳକୁ ହରାଇ କୁଟୁମଡୋଳା ଦଳ ବିଜୟୀ ହୋଇଥିଲେ । ଅତିଥି ଭାବରେ ନେହେରୁ ଯୁବ କେନ୍ଦ୍ର ଅଧିକାରୀ, ବରିଷ୍ଠ ଆଇନଜ୍ଞ ଅମରେନ୍ଦ୍ର ମିଶ୍ର, ବ୍ଲକ ଅଧ୍ୟକ୍ଷା ସରିତା ବାଗ, ପ୍ରମୋଦ କର୍ମୀ, କୈଳାଶ ମିଶ୍ର, ଗୋଲାପ ବାଗ, ଶରତ ନନ୍ଦ ପ୍ରମୁଖ ଯୋଗଦେଇ ବିଜୟୀ ଦଳକୁ ଚମ୍ପିୟାନ ଟ୍ରଫି ପ୍ରଦାନ ସହ ଉତ୍ସାହିତ କରିଥିଲେ । ଦେବରାଜ ନାହାକ, ବୈକୁଣ୍ଠ ଜେନା, ମଣ୍ଟୁ, ଦୀପକ ଖେଳ ପରିଚାଳନା କରିଥିଲେ । ସଭାପତି ଜୟକୃଷ୍ଣ ମିଶ୍ର, ସଦସ୍ୟ ସଞ୍ଜୟ ନାଏକ, ବିକାଶ ନାଏକ, ସଦାନନ୍ଦ ମହଲା, ପ୍ରକାଶ ନାଏକ, ବିଜୟ ମହଳା, ଦିଲିପ ସାହୁ, ଲବ ନାଗ, କାଳିକା, ରୀଙ୍କୁ ନାଏକ, ଦିନେଶ, ଜଗବନ୍ଧୁ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.