୧୧ କ୍ୱିଣ୍ଟାଲ ମହୁଲ ଜବତ : ୧ ଗିରଫ

ମୋରଡ଼ା : ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଅବକାରୀ ବିଭାଗ ସୋମବାର ଦାନ୍ତିଆମୁଁହା ପଞ୍ଚାୟତର ବଡ଼ଜାମବଣି ଗ୍ରାମରେ ଚଢ଼ାଉ କରି ୧୧ କ୍ୱିଣ୍ଟାଲ ମହୁଲ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ତପନ କୁମାର ପାତ୍ର । ଅବକାରୀ ଅଧିକାରୀ ପୀତାମ୍ବର ମହାପାତ୍ରଙ୍କ ସୂଚନା ଅନୁଯାୟୀ, ତପନ ଦୀର୍ଘ ବର୍ଷ ହେଲା ବେଆଇନ ଭାବେ ଚୋରାରେ ମହୁଲ ବ୍ୟବସାୟ କରିଆସୁଥିଲେ । ଅବକାରୀ ଅଧିକାରୀ, ଏଏସ୍‌ଆଇ ସନ୍ତୋଷ କୁମାର ସ୍ୱାଇଁ, କନଷ୍ଟେବଳ ସୁରେନ୍ଦ୍ରନାଥ ତରେଇ, ଅନିକ କୁମାର ସାଥୁଆ, ପାର୍ବତୀ ମାର୍ଣ୍ଡି ଚଢ଼ାଉ କରି ତାଙ୍କୁ ଧରିବାେରେ ସଫଳ ହୋଇଛନ୍ତି ।

Leave A Reply

Your email address will not be published.

7 − 5 =