ଗ୍ରାମାଞ୍ଚଳରେ ଜମୁଛି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ନିର୍ବାଚନୀ ପ୍ରଚାର

  • ଶତ ପ୍ରତିଶତ ବଢୁଛି ଭୋଟର ସମର୍ଥନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପନିର୍ବାଚନରେ ବିଜେପି ବିଧାୟକ ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ଜୋରସୋର ଚାଲିଛି ନିର୍ବାଚନୀ ପ୍ରଚାର । ଆଜି ପାଇକମାଲ ଜିଲ୍ଲା ପରିଷଦ ଜୋନ ନଂ ୧ ପୁରେନା, ଖପରିଡିହି, ମୋତିପାଲି, ପତ୍ରାପାଲି, ବରତୁଣ୍ଡା, ବାଦିମାଲି, ଭୁଇଁଖାର, ବ୍ରାହ୍ମଣଟାଲ ନୂଆଡ଼ିହି, ବାରପର୍ଲିଆ, ମଖନାମୁଣ୍ଡା, ମାଲପଡା, ସର୍ଗିପଡା ଆଦି ଗ୍ରାମକୁ ପ୍ରଚାରରେ ପହଞ୍ଚିବା ପରେ ବିଜେପି ବିଧାୟକ ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ଗାଁ ମୁଣ୍ଡରୁ କଳସ ସ୍ଥାପନ, ଝୋଟି ଦେଇ ଫୁଲଚନ୍ଦନ, ହୁଲହୁଲି,ବଜା ବଜାଇ ପାଛୋଟି ନେବା ସହ ଶତ ପ୍ରତିଶତ ସମର୍ଥନ ଦେଉଛନ୍ତି । ଏଥିରେ ରେଙ୍ଗାଲି ବିଧାୟକ ନାଉରି ନାଏକ, ନୂଆପଡାରୁ ହୁମସିଂ ମାଝୀ, ପୂର୍ବତନ ସାଂସଦ ବଳଭଦ୍ର ମାଝୀ, ରାମଚନ୍ଦ୍ର ମେହେର, ବଲରାମ ସାହୁ, ହାଡୁ ସାହୁ, ମଣ୍ଡଳ ବିଜେପି ସଭାପତି ସଂଜୟ ବେହେରା, ପୂର୍ବତନ ସରପଞ୍ଚ ଦୁଃଶାସନ କୁମ୍ଭାର, ଦୁର୍ଯ୍ୟୋଧନ ପୁଟା ପ୍ରମୁଖ ଉପସ୍ଥିତ ଥିଲେ । ଆଜି ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ ଆଜି ବିଜେପି ବିଧାୟକ ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ଭୋଟ ପ୍ରଚାର କରିବା ପାଇଁ ପାଇକମାଲ ପହଞ୍ଚିଥିଲେ ପରେ ନୃସିଂହନାଥ ମହାପ୍ରଭୁଙ୍କ ଦର୍ଶନ କରି ପହଞ୍ଚିବା ପରେ ପାଇକମାଲ ଠାରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସୁନ୍ଦରଗଡ ବିଧାୟକ କୁସୁମ ଟେଡେ, ପାଟଣାଗଡ଼ ପୂର୍ବତନ କନକ ବର୍ଦ୍ଧନ ସିଂ ଦେଓ ମଧ୍ୟ ନିର୍ବାଚନ ପ୍ରଚାରରେ ସାମିଲ ଥିଲେ ।

Leave A Reply

Your email address will not be published.

eighteen − nine =