ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ, ୨ ଗୁରୁତର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରମ୍ଭା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥା ଏକ ଢ଼ାବା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସ୍କୁଟିକୁ ପଛପଟୁ ଧକ୍କା ଦେଲା କାର । ଘଟଣାସ୍ଥଳରେ ମା’ଙ୍କ ମୃତ୍ୟୁ ଘଟିଥିବା ବେଳେ ଝିଅ ଓ ଜେଜେବାପା ଦୁଇ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣକ ହେଲେ ରମ୍ଭା ଟିକରପଡା ଗ୍ରାମର ବେବି ସେଠୀ ଏବଂ ଗୁରୁତର ମଧ୍ୟରେ ଅଛନ୍ତି ଜଣେ ଶିଶୁ । ସୂଚନା ଅନୁସାରେ ନିଜ ଝିଅର ଚିକତ୍ସା ନିମନ୍ତେ ବେବି ନିଜ ଶ୍ୱଶୁରଙ୍କ ସହ ସ୍କୁଟିରେ ରମ୍ଭାରୁ ଲକ୍ଷ୍ମୀପୁର ଅଭିମୁଖେ ଆସୁଥିବା ବେଳେ ଢ଼ାବା ନିକଟରେ ପଛପଟୁ ଏକ କାର ଧକ୍କା ଦେଇଥିଲା । ଘଟଣାସ୍ଥଳରେ ବୋହୁଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଅବସ୍ଥାରେ ଶ୍ୱଶୁର ଏବଂ ନାତୁଣୀଙ୍କୁ ପ୍ରଥମେ ଛତ୍ରପୁର ଏବଂ ପରେ ବ୍ରହ୍ମପୁର ଏମ୍‌କେସିଜିକୁ ସ୍ଥାନାନ୍ତର କରାଯାଇଛି । ପୋଲିସ ଦୁର୍ଘଟଣାଗ୍ରସ୍ତ ସ୍କୁଟି ଓ କାର ସମେତ ଚାଳକଙ୍କୁ ଅଟକ ରଖିଥିବା ଜଣାପଡିଛି ।

Leave A Reply

Your email address will not be published.

11 − 4 =