‘କୋଶଳ ପ୍ରବାହ’ର ମହାପ୍ରଭାବ : ଦିବସଙ୍କ ଟ୍ୱିଟ ପରେ ଜଙ୍ଗଲ ଏବଂ ପରିବେଶ ବିଭାଗ ତରଫରୁ ରିପୋର୍ଟ ତଲବ : ବହୁଦିନର ଅପେକ୍ଷାର ଅନ୍ତ ହୋଇ ଆରମ୍ଭ ହେବ ରାସ୍ତା କାମ

ପଦ୍ମପୁର, (ନିରୋଜ କୁମାର ପାଣୀ) :
ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ରାଜବୋଡାସମ୍ବର ବ୍ଲକ ଅଧୀନସ୍ଥ ବୁଡାମାଲ ଠାରୁ ଦହିତା ଗ୍ରାମର ରାସ୍ତା ଦୁରାବସ୍ଥା ବାବଦରେ ଗତକାଲି ‘କୋଶଳ ପ୍ରବାହ’ରେ ଖବର ପ୍ରସାରିତ ହୋଇଥିଲା, ଯାହାକୁ ପଢ଼ି ବରଗଡ଼ ଜିଲ୍ଲା ବିଜେପୁର ବ୍ଲକର ଜଣେ ସଚେତନ ସ୍ୱେଚ୍ଛାସେବୀ ଦିବସ କୁମାର ସାହୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଟ୍ୱିଟର ମାଧ୍ୟମରେ ଅଭିଯୋଗ କରିଥିଲେ । ଏହି ଟ୍ୱିଟ୍ କୁ ଗୁରୁତ୍ୱ ଦେଇ ଓଡ଼ିଶା ସରକାରଙ୍କ ବିଭାଗ ମୁଖ୍ୟ ସଂରକ୍ଷଣକାରୀ ସନ୍ଦୀପ ତ୍ରିପାଠୀ ତାଙ୍କର ପ୍ରତ୍ୟୁତ୍ତର ରଖିଥିଲେ ଯେ ଏହି ରାସ୍ତା ଜଙ୍ଗଲ ବିଭାଗ ଦ୍ଵାରା ବନ୍ଦ କରାଯାଇନାହିଁ । ରାସ୍ତା ନିର୍ମାଣ ନିମନ୍ତେ ସେଠାରେ ଆଇନଗତ ନିୟମ ପ୍ରଣାଳୀ ଅଛି । ସଂପୃକ୍ତ ୩୦୦ ମିଟର ହେଉଛି ଏକ ଗ୍ରାମ୍ୟ ଜଙ୍ଗଲ ଏବଂ ଏହାକୁ ଏଫଆରଏ ଅଧୀନରେ ସ୍ଥାନାନ୍ତର କରିବା ଆବଶ୍ୟକ ଅଛି । ଦୁଇ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ନିର୍ମାଣ ପାଇଁ ଆବେଦନ ନିମନ୍ତେ ଗ୍ରାମ୍ୟ ଉନ୍ନୟନ ବିଭାଗ ଫର୍ମ ଗ୍ରହଣ କରିଛି ଏବଂ ଏପର୍ଯ୍ୟନ୍ତ ଅପେକ୍ଷା ରହିଛି । ବରଗଡ଼ ଜିଲ୍ଲା ଡିଏଫଓ.ଙ୍କ ଅନୁଯାୟୀ ରାସ୍ତା ନିର୍ମାଣ ପାଇଁ ତୁରନ୍ତ ପ୍ରକ୍ରିୟାକରଣ କରାଯିବ ବୋଲି ଶ୍ରୀ ତ୍ରିପାଠୀ ତାଙ୍କ ଟ୍ୱିଟରେ ଉଲ୍ଲେଖ କରିଛନ୍ତି ।
ଏହା ଦ୍ୱାରା ଦୀର୍ଘ ଦୁଇବର୍ଷରୁ ରାସ୍ତା ନିର୍ମାଣ ସଂକ୍ରାନ୍ତୀୟ ରହିଥିବା ଦ୍ଵନ୍ଦର ଅବସାନ ଘଟିବା ସହ ଉକ୍ତ ପ୍ରଧାନମନ୍ତ୍ରୀ ରାସ୍ତା ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହେବାର ସମ୍ଭାବନା ଜାଗ୍ରତ ହୋଇଛି । ଏହି ମହତ କାର୍ଯ୍ୟକୁ ଲୋକେ ଉଚ୍ଚ ପ୍ରଶଂସା କରିଛନ୍ତି ଏବଂ କୋଶଲ ପ୍ରବାହ ଓ ସ୍ୱେଚ୍ଛାସେବୀ ଦିବସ କୁମାର ସାହୁ ତଥା ଜଙ୍ଗଲ ବିଭାଗକୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।

Leave A Reply

Your email address will not be published.