ବାଲି ଚୋରା ଚାଳାଣ ଗାଡ଼ିକୁ ଧରି ଜରିମାନା ଆଦାୟ କଲେ ତହସିଲଦାର

ଦେଓଗାଁ,(ମନୀଷ କୁମାର ସାହୁ): ଦେଓଗାଁ ତହସିଲ ଜରାସିଂହା ଆର୍‌ଆଇ ସର୍କିଲରେ ସାଲେପାଲି ବ୍ରିଜ ତଳୁ ବେଆଇନ ଭାବେ ବାଲି ଚୋରା ଚାଳାଣ କରୁଥିବା ଏକ ଟ୍ରାକ୍ଟର ଠାରୁ ଦେଓଗାଁ ତହସିଲଦାର ଫାଇନ ଆଦାୟ କରିଥିବା ଜଣାପଡ଼ିଛି। ମଙ୍ଗଳବାର ମଧ୍ୟାହ୍ନ ୧୨ଟା ସମୟରେ ଦେଓଗାଁ ତହସିଲଦାର ନାରାୟଣ ସାହୁ ବାଲି ନେଇ ଯାଉଥିବା ମହିନ୍ଦ୍ରା ଟ୍ରାକ୍ଟର (ଓଡ଼ି୨୬ ୯୧୨୪)କୁ ଗାଡ଼ିକୁ ଚଢ଼ାଉ କରିଥିଲେ। ପୁଇଁନ୍ତଲା ବ୍ଲକ ଭରତବାହାଲ ଗାଁର ଟ୍ରାକ୍ଟର ମାଲିକ ସୁରୁ ପଟେଲ ତହସିଲ କାର୍ଯ୍ୟାଳୟରେ ୧୨ହଜାର ୫ଶହ ଟଙ୍କାର ଜରିମାନା ଦାଖଲ କରିଥିବା ଦେଓଗାଁ ତହସିଲଦାର ସୂଚନା ଦେଇଛନ୍ତି।

Leave A Reply

Your email address will not be published.