ସୁବର୍ଣ୍ଣପୁର ଜିଲ୍ଲାରେ ବି ପଡିଛି ଭାରତ ବନ୍ଦର ପ୍ରଭାବ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଗୋବିନ୍ଦ ମହାରଣାଙ୍କ ନେତୃତ୍ବରେ ଟ୍ରେଡ୍ ୟୁନିୟନ ଡାକରାରେ ଦିଆଯାଇଥିବା ଭାରତ ବନ୍ଦର ପ୍ରଭାବ ସୁବର୍ଣ୍ଣପୁର ଜିଲ୍ଲାରେ ବି ପଡିଛି । କେନ୍ଦ୍ର ସରକାରଙ୍କ ଶ୍ରମିକ, କୃଷକ ଓ ଜନ ବିରୋଧୀ ନୀତି ବିରୁଦ୍ଧରେ ଆଜି ସର୍ବ ଭାରତୀୟସ୍ତରରେ ୨୪ ଘଣ୍ଟିଆ ବନ୍ଦ ପାଳିତ ହୋଇଛି । ସୁବର୍ଣ୍ଣପୁର ଜିଲ୍ଲା ଟ୍ରେଡ ୟୁନିୟନ୍ ସମନ୍ବୟ ସମିତି ପକ୍ଷରୁ ପାଳିତ ବନ୍ଦ ପ୍ରଭାବରେ ଜିଲ୍ଲାର ସମସ୍ତ ସରକାରୀ ବେସରକାରୀ କାର୍ୟ୍ୟାଳୟ, ବ୍ୟାଙ୍କ ଓ ବ୍ୟବସାୟିକ ପ୍ରତିଷ୍ଠାନ ସବୁ ବନ୍ଦ ରହିଥିବା ବେଳେ ଦୋକାନ ବଜାର, ରାସ୍ତାଘାଟରେ ଯାନବାହାନ ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିଛି । ଆନ୍ଦୋଳନକାରୀଙ୍କ ପିକେଟିଂ ଓ ରାସ୍ତା ଅବରୋଧ ଯୋଗୁଁ ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥର ତେଲନଦୀ ଓ ମହାନଦୀ ସେତୁର ଉଭୟ ପଟରେ ଶହଶହ ଯାନବାହାନ ଅଟକି ରହିଛି । ଶାନ୍ତି ଶୃଙ୍ଖଳାକୁ ନଜରରେ ରଖି ଜିଲ୍ଲାର ଅନେକ ସ୍ଥାନରେ ପୋଲିସ ମୁତୟନ ହୋଇଛନ୍ତି ।

Leave A Reply

Your email address will not be published.