jayashree

ଶ୍ରାବଣ ମାସର ତୃତୀୟ ସୋମବାରରେ ଟିଟିଲାଗଡ ଧବଳେଶ୍ୱର ମନ୍ଦିରରେ ପ୍ରବଳ ଭିଡ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆଜି ହେଉଛି ଶ୍ରାବଣ ମାସର ତୃତୀୟ ସୋମବାର। ତେବେ କାଲି ରାତିରୁ ବହୁ ମାତ୍ରାରେ ବୋଲ ବମ କାଉଡ଼ିଆ ମାନେ ଜଳାଭିଷେକ କରିବା ପାଇଁ ଦୂର ଦୂରାନ୍ତରୁ ଆସିଥିଲେ। ସେହିପରି ଟିଟିଲାଗଡ ସହର ତଥା ଆଖପାଖ ଅଞ୍ଚଳରୁ ମଧ୍ୟ ବହୁତ ଭକ୍ତ ପ୍ରଭୁ ଧବଳେଶ୍ୱରଙ୍କ ଦର୍ଶନ କରିବା ପାଇଁ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି। ଶୃଙ୍ଖଳିତ ଦର୍ଶନ କରାଇବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ମନ୍ଦିର ବାହାରେ ଦୀପ ଜାଳିବା ପାଇଁ ଦୀପ ଷ୍ଟାଣ୍ଡ, ଭିତରକୁ ଯିବାକୁ ଧାଡ଼ି ଦର୍ଶନ, ମନ୍ଦିର ବାହାରୁ ଭିତର ଯାଏଁ ପୋଲିସ ନିୟୋଜିତ ହୋଇଛନ୍ତି । ଭିତରେ ସେବାୟତ ସଞ୍ଜୟ ପାଢ଼ୀ ଓ ଅନ୍ୟ ସହଯୋଗୀ ମାନେ ପ୍ରଭୁ ଧବଳେଶ୍ୱରଙ୍କ ପୂଜାର୍ଚ୍ଚନା କରୁଛନ୍ତି । ତେବେ ମନ୍ଦିର ଚାରିପଟେ ଭକ୍ତ ପ୍ରଭୁ ଧବଳେଶ୍ୱର ଓ ଅନ୍ୟ ଦେବାଦେବୀଙ୍କ ଦର୍ଶନ ଲାଭ କରୁଛନ୍ତି । ଏହି ମନ୍ଦିରରେ ଯିଏ ଯାହା ମନାସିଲେ ପ୍ରଭୁ ଧବଳେଶ୍ୱର ଭକ୍ତଙ୍କ ମନୋସ୍କାମନା ପୂରଣ କରନ୍ତି ବୋଲି ଆଖପାଖ ରାଜ୍ୟରୁ ବି ଭକ୍ତ ଦର୍ଶନ ପାଇଁ ଆସିଥାଆନ୍ତି ।

Leave A Reply

Your email address will not be published.