ଟେରସ୍‌ ଭିଜନ୍‌ ପ୍ରସ୍ତୁତି ନିୟୁ ଭର୍‌ସନ୍‌ ‘ହନୁମାନ ଚାଳିଶା’ର ପୋଷ୍ଟର ଉନ୍ମୋଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥନୀୟ ରାମଜୀପଡ଼ା ସ୍ଥିତ ହନୁମାନ ମନ୍ଦିର ଠାରେ ଟେରସ୍‌ ଭିଜନ୍‌ ପ୍ରସ୍ତୁତି ନିୟୁ ଭର୍‌ସନ୍‌ ‘ହନୁମାନ ଚାଳିଶା’ ପୋଷ୍ଟର ଉନ୍ମୋଚିତ ହୋଇଯାଇଛି । ଗୋପାଳ ପ୍ରଧାନଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ଏହି ୟୁଟ୍ୟୁବ୍‌ ପାଇଁ ନିର୍ମିତ ଭିଡିଓ ଭର୍‌ସନ୍‌ ‘ହନୁମାନ ଚାଳିଶା’ର ପୋଷ୍ଟର ଉନ୍ମୋଚନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଉଦ୍ୟୋଗପତି ଶୁଭ୍ରାଂଶୁ ଶେଖର ସ୍ୱାଇଁ (ସୁରୁବାବୁ) ଏବଂ ଦେବାଶିଷ ପୁରୋହିତ ଯୋଗ ଦେଇଥିଲେ ।

ସୂଚନାଯୋଗ୍ୟ ଯେ, ଏହି ଭିଡ଼ିଓ ଭର୍‌ସନ୍‌ ‘ହନୁମାନ ଚାଳିଶା’ରେ କଣ୍ଠଦାନ କରିଛନ୍ତି ପ୍ରିୟଙ୍କା ରଥ ଓ ପଲ୍ଲବିକା ରଥ ଏବଂ ଏଥିରେ ମ୍ୟୁଜିକ୍‌ ଡାଏରେକ୍ଟର ଭୂମିକା ନିର୍ବାହ କରିଛନ୍ତି ଶ୍ରୀକାନ୍ତ ଦାଶ(ଗୀଟୁ) । ଏହି ପୋଷ୍ଟର ଉନ୍ମୋଚନ କାର୍ଯ୍ୟକ୍ରମରେ ସହରର ବିଶିଷ୍ଟ ସିନେକର୍ମୀଙ୍କ ସହ ହିମାଂଶୁ ଖମାରୀ, ନିରଂଜନ ରଥ, ସୁଶାନ୍ତ ଷଡ଼ଙ୍ଗୀ, ପ୍ରଶାନ୍ତ ବେହେରା, ସୁନୀଲ ମିସ୍ତ୍ରୀ, ଦିଲୀପ ନାଏକ ଆଦି ବିଶିଷ୍ଟ କଳାକାରମାନେ ଯୋଗଦାନ କରିଥିଲେ ।

Leave A Reply

Your email address will not be published.