ବଲାଙ୍ଗିରରେ ଏକ ଅସ୍ଥାୟୀ କୋଭିଡ଼୍‌ କିଓକ୍ସ ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ବଲାଙ୍ଗିର ସହର ସ୍ଥିତ ଭାଗିରଥୀ ଛକ ନିକଟସ୍ଥ ରିଲାୟନ୍ସ ସ୍ମାର୍ଟ ସମ୍ମୁଖରେ ଏକ ଅସ୍ଥାୟୀ କୋଭିଡ଼୍‌ କିଓକ୍ସ ଉଦ୍‌ଘାଟିତ ହୋଇଯାଇଛି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ଓଡ଼ିଶା ଜୀବିକା ମିଶନ, ମିଶନ ଶକ୍ତି, ଓର୍‌ମାସ୍‌ ଏବଂ ଜିଲ୍ଲା ପ୍ରଶାସନ ସହାୟତାରେ ଖୋଲାଯାଇଥିବା ଏହି କୋଭିଡ୍‌ କିଓକ୍ସକୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଡ. ମହେଶ୍ୱର ସ୍ୱାଇଁ ଉଦ୍‌ଘାଟନ କରିଥିଲେ । ଏହି କୋଭିଡ୍‌ କିଓକ୍ସ ଆଶୁତୋଷ ସ୍ୱୟଂ ସହାୟକ ଗୋଷ୍ଠୀ, ରାଜୀବ ନଗର ବଲାଙ୍ଗିର ଦ୍ୱାରା ଦୀର୍ଘ ଏକ ମାସ ଆଜି ଠାରୁ ୧୬ ଡିସେମ୍ବର ପର୍ଯ୍ୟନ୍ତ ପରିଚାଳିତ ହେବ । କୋଭିଡ୍‌ କିଓକ୍ସରେ କୋଭିଡ୍‌ ସମ୍ବନ୍ଧୀୟ ସାମଗ୍ରୀ ଯଥା- ମାସ୍କ, ଫେସ୍‌ ସିଲ୍‌ଡ଼, ହ୍ୟାଣ୍ଡ ୱାସ୍‌, ସାନିଟାଇଜର୍‌, ହ୍ୟାଣ୍ଡ୍‌ ଗ୍ଲୋଭ୍‌, କାଢ଼ା ପ୍ରସ୍ତୁତି କଂଚାମାଲ ଏବଂ ଅନ୍ୟାନ୍ୟ କୋଭିଡ୍‌ ସାମଗ୍ରୀ ସୁଲଭ ମୂଲ୍ୟରେ ଗୋଟିଏ ସ୍ଥାନରୁ ଜନସାଧାରଣ ପାଇପାରିବେ । କୋଭିଡ କିଓକ୍ସ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୁଗ୍ମ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଓର୍‌ମାସ୍‌ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ ଓଡ଼ିଶା ଜୀବିକା ମିଶନ କମଳେନ୍ଦୁ ପଲ, ଡିଡ଼ିଏମ୍‌ ନାବାର୍ଡ ଲକ୍ଷ୍ମଣ ସୋଏ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ, ମିଶନ ଶକ୍ତି ଜିଲ୍ଲା ପ୍ରକଳ୍ପ ସଂଯୋଜିକା ସୁମନ ଦ୍ୱିବେଦୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.