ସଇଁନ୍ତଲାରେ ସମିତି ବୈଠକ : ବିଭିନ୍ନ ସମସ୍ୟାର ସମାଧାନ କରାନ ଗଲେ ଆନ୍ଦୋଳନ : କୁଟ୍ରାମୁଣ୍ଡା ସ୍କୁଲ କେବେ ନିର୍ମାଣ ହେବ, ପଚାରିଲେ ବ୍ଳକ ଉପାଧ୍ୟକ୍ଷ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କନ୍ୟା ଆଶ୍ରମ ସ୍କୁଲରେ ସଇଁନ୍ତଲା ପଞ୍ଚାୟତ ସମିତି ବୈଠକ ବ୍ଳକ ଅଧ୍ୟକ୍ଷ। ଅହଲ୍ୟା ମଲ୍ଲିକଙ୍କ ସଭାପତିତ୍ଵରେ ଅନୁଷ୍ଠିତ ବୈଠକରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କ ପ୍ରତିନିଧି ଚନ୍ଦ୍ର ବର୍ଦ୍ଧନ ପୁରୋହିତ, ସଇଁନ୍ତଲା ବ୍ଳକ ଉପାଧ୍ୟକ୍ଷ ପ୍ରମୋଦ ଭୋଇ, ବଲାଙ୍ଗିର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପାଣ୍ଡଵ ସାହୁ, ବଲାଙ୍ଗିର ସାଂସଦଙ୍କ ପ୍ରତିନିଧି ଅକ୍ଷୟ ରଣା ପ୍ରମୁଖ ବୈଠକରେ ଯୋଗ ଦେଇଥିଲେ । କରୋନା ମହାମାରୀକୁ ଦୃଷ୍ଟିରେ ରଖି ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ପାଳନ କରା ଯାଇଥିଲା । ପରେ ଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ଲକ୍ଷଣ ପଧାନ ବୈଠକର ବିବରଣୀ ପ୍ରଦାନ କରିଥିଲେ ।ତାପରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବାଶିଷ ସାମଲ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ବୈଠକ ଆରମ୍ଭ ନ ହେଉଣୁ ହୋ ହାଲାରେ ସରି ଯାଇଥିଲା । ତେବେ ଏଥିରେ ବ୍ଳକ ଉପାଧ୍ୟକ୍ଷ ପ୍ରମୋଦ ଭୋଇ ଉପସ୍ଥାପନ କରିଥିଲେ ଯେ କୁଟ୍ରାମୁଣ୍ଡା ସ୍କୁଲ ଦୀର୍ଘ ୪ବର୍ଷ ଧରି ସମିତି ବୈଠକରେ ଉପସ୍ଥାପନ କରାଯାଉଥିଲେ ମଧ୍ୟ କାହିଁକି ସ୍କୁଲ ନିର୍ମାଣ ହୋଇ ପାରୁନାହିଁ ଓ ଏହି ବ୍ଳକର ବିଭିନ୍ନ ସ୍କୁଲମାନଙ୍କରେ ବିପଦ ସଂକୁଳ ଅବସ୍ଥାଲାଗି ରହିଥିବା ବେଳେ କାହିଁକି ପ୍ରଶାସନ ଚୁପ ରହୁଛନ୍ତି ବୋଲି ପ୍ରଶ୍ନ କରିଥିଲେ । ଅନ୍ୟ ପକ୍ଷରେ ୨୦୧୯ ମସିହାରେ ବନ୍ୟା ସହାୟତା ରାଶି ଗୁଡିକ ବିଭିନ୍ନ ଲୋକଙ୍କ ବ୍ୟାଙ୍କ ଖାତାରେ ଘର ନ ଭାଙ୍ଗିକି ଟଙ୍କା ପଡି ଥିବା ବେଳେ ଏକ ୫ ଜଣିଆ ଟିମ ଗଠନ କରାଯାଇଛି ଓ ତାହାର ତଦନ୍ତ କରାଯିବ ବୋଲି ଶ୍ରୀ ଭୋଇ କହିଛନ୍ତି । ଏହି ବୈଠକରେ ପଞ୍ଚାୟତ ସମସ୍ତ ସମିତି ସଭ୍ୟସଭ୍ୟା, ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.