jsm

ବିଶ୍ୱ ପୋଲିଓ ଦିବସ ପାଳନ

csstore

ରାଉରକେଲା, (ସସ୍ମିତା ପ୍ରଧାନ) : ବିଶ୍ୱ ପୋଲିଓ ଦିବସ ଉପଲକ୍ଷେ ରୋଟାରୀ କ୍ଲବ ଅଫ୍ ରାଉରକେଲା ଷ୍ଟିଲ ସିଟି ତରଫରୁ ଆମ୍ବାଗାନ ନିକଟସ୍ଥ ଶ୍ରୀଗୁଣ୍ଡିଚା ମନ୍ଦିର ସାମ୍ନାରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଅନୁଷ୍ଠାନର ଉପସଭାପତି ରୋଟାରୀଆନ ସଂଧ୍ୟାରାଣୀ ବରାଳଙ୍କ ସଭାପତିତ୍ୱ ଓ ରୋଟାରୀଆନ ଦିଲ୍ଲୀପ କୁମାର ଭୁଇଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରୋଟାରୀଆନ ଡଃ ଅଞ୍ଜନା ମୈତ୍ର, ଅର୍ଚ୍ଚନା ମହାନ୍ତି, କୁମାର ବେହେରା, ଲଳିତା ମୁଦୁଲି, କାବେରୀ ବାନାର୍ଜୀ, ଗୌରୀ ନାଗ, ଡଃ ସରିତା ମଲ୍ଲ, ପ୍ରଫୁଲ୍ଲ କୁମାର ପତି, ସଂଧ୍ୟା ସାହୁ, ଚମ୍ପାବତୀ ଅମାତ, ସୁଚିସ୍ମିତା ବିଶ୍ୱାସ, କୁଲଜିତ ସିଦ୍ଧୁ, ପୁତୁଲ ରାହୁଲ, ପୁନମ କାପୁର ଓ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଚନ୍ଦନ ବିଶ୍ୱାସ, ଦୀପିକା ହାଜରା ଓ ଜୟନ୍ତୀ ହାଲଦାର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଜନସାଧାରଣଙ୍କୁ ସଚେତନ କରାଇଥିଲେ । ଏହି ଅବସରରେ ପୋଷ୍ଟର ପ୍ରଦର୍ଶନ କରାଯାଇଥିଲା । ଶେଷରେ ରୋଟାରୀଆନ ଶ୍ରୀ ଭୁଇ ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.