pakka

୨ ଜଣ କୁଖ୍ୟାତ ଲୁଟେରାଙ୍କୁ ଗିରଫ୍‌ କରିଛି ପୁଇଁତଲା ପୋଲିସ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ୨ ଜଣ କୁଖ୍ୟାତ ଲୁଟେରାଙ୍କୁ ଗିରଫ୍‌ କରିଛି ପୁଇଁତଲା ପୋଲିସ । ଏ ସଂପର୍କରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବଲାଙ୍ଗିର ସଦର ଏସ୍‌ଡ଼ିପିଓ ପ୍ରଦୀପ କୁମାର ସାହୁ । ସୂଚନା ଅନୁସାରେ ଗତ ୪ ତାରିଖ ଦିନ ବଏଁରାସର ସ୍ଥିତ ଭାରତ ଫାଇନାନ୍ସ ଇନ୍‌କ୍ଲୁଜନ୍‌ର କଲେକ୍‌ସନ୍‌ ଏଜେଣ୍ଟ ହେମଚନ୍ଦ୍ର ରଣା ତାଙ୍କଠାରୁ ଟଙ୍କା ଲୁଟ୍‌ ହୋଇଥିବା ସଂକ୍ରାନ୍ତରେ ପୁଇଁତଲା ଥାନାରେ ଅଭିଯୋଗ କରିଥିଲେ । ଶ୍ରୀ ରଣାଙ୍କ ଅଭିଯୋଗ ଅନୁସାରେ ବୁବେଲ ଗାଁର ଏସ୍‌ଏଚ୍‌ଜି ଗ୍ରୁପ୍‌ ମହିଳାମାନଙ୍କ ଠାରୁ ଲୋନ୍‌ ଇନ୍‌ଷ୍ଟଲ୍‌ମେଣ୍ଟ ଟଙ୍କା କଲେକ୍‌ସନ୍‌ କରି ତାଙ୍କ ଅଫିସ୍‌ ବଏଁରାସରକୁ ଫେରିବା ସମୟରେ ବୁବେଲ୍‌ ଗାଁ ପାଖରେ ତିନି ଜଣ ଦୁର୍ବୃତ୍ତ ଜୋର୍‌ ଜବର୍‌ଦସ୍ତ ତାଙ୍କ ପଲ୍‌ସର୍‌ ବାଇକ୍‌ ଡିକିରୁ ୧ ଲକ୍ଷ ୩୯ ହଜାର ୩୭୮ ଟଙ୍କା, ଗୋଟିଏ ରିଏଲ୍‌ମି-୬ ମୋବାଇଲ୍‌ ଫୋନ୍‌ ଏବଂ ହଜାରେ ଟଙ୍କା ଥିବା ତାଙ୍କ ମନିପର୍ସ ଛଡେ଼ଇ ନେଇଥିଲେ । ଏହି ଘଟଣା ସଂପର୍କରେ ଥାନାରେ ଅଭିଯୋଗ ହେବା ପରେ ବଲାଙ୍ଗିର ଏସ୍‌ପି ରିଷିକେଶ ଖିଲାରୀଙ୍କ ନିର୍ଦ୍ଦେଶରେ ପୁଇଁତଲା ଆଇଆଇସି ଶୁଭରାଜ ଧରୁଆଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା । ସଂପୃକ୍ତ ପୋଲିସ ଟିମ୍‌ର କଠିନ ପରିଶ୍ରମ ଓ ତନାଘନା ତଦନ୍ତ ଯୋଗୁଁ ଘଟଣାରେ ସଂପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ୍‌ କରିବାରେ ଆଜି ସଫଳ ହୋଇଛି ପୁଇଁତଲା ପୋଲିସ । ଗିରଫ୍‌ ଅଭିଯୁକ୍ତ ଦୁଇ ଜଣ ହେଲେ ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ କମ୍‌ସରା ଗାଁର ବରୁଣ ନାଗ(୪୦) ଓ ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ଅର୍ଜୁନପୁର ମଧୁପୁର ଗାଁର ଆଦର୍ଶ ସାହୁ(୨୪) ବୋଲି ସୂଚନାରେ କୁହାଯାଇଛି । ଅଭିଯୁକ୍ତ ବରୁଣ ପୂର୍ବରୁ ୭ଟି ଅପରାଧ ମାମଲାରେ ସଂପୃକ୍ତ ଥିବା ବେଳେ ଅଭିଯୁକ୍ତ ଆଦର୍ଶ ୧୪ଟି ଅପରାଧ ମାମଲାରେ ସଂଶ୍ଲିଷ୍ଟ ଥିବା ସୂଚନା ଦିଆଯାଇଛି । ଗିରଫ୍‌ ଅଭିଯୁକ୍ତମାନଙ୍କ ଠାରୁ ଗୋଟିଏ ପଲ୍‌ସର୍‌ ବାଇକ୍‌, ନଗଦ ୨୨ ହଜାର ୬ ଶହ ଟଙ୍କା, ସୁନା ଭଳି ଦେଖାଯାଉଥିବା ଗୋଟିଏ ମୁଦି ଓ ଗୋଟିଏ ଲକେଟ୍‌, ଗୋଟିଏ ଏନ୍‌ଡ୍ରଏଡ଼୍‌ ମୋବାଇଲ୍‌ ଫୋନ୍‌, ଗୋଟିଏ କଳା ରଙ୍ଗର ମନିପର୍ସ, ଗୋଟିଏ କଳା ଧଳା ରଂଗର ବ୍ଲୁଟୁଥ୍‌, ଗୋଟିଏ ଆଧାର କାର୍ଡ ଓ ଗୋଟିଏ ଡେବିଟ୍‌ କାଡର଼୍ ସହ ବରୁଣ ନାଗ ନାମରେ ଥିବା ପାନ୍‌ କାର୍ଡ ଜବତ୍‌ କରିଛି ପୋଲିସ ।

jay balangir
Leave A Reply

Your email address will not be published.

twenty − 17 =

error: Content is protected !!