pakka

ବଲାଙ୍ଗିର ଶୈଳଶ୍ରୀ ପେଲେସ୍‌ରେ ବିଜେଡ଼ିର ମିଶ୍ରଣ ପର୍ବ : ବିଜେପି ଛାଡ଼ିଲେ, ବିଜେଡ଼ିରେ ମିଶିଲେ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଶୈଳଶ୍ରୀ ପେଲେସ୍‌ରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେପି ଛାଡ଼ି ବଲାଙ୍ଗିର ବିଜେଡ଼ିରେ ସାମିଲ୍‌ ହୋଇଛନ୍ତି ସଦାନନ୍ଦ ଦେବତା, ଦାଶରଥି ନେଟି, ସୌମ୍ୟ ପୁରୋହିତ, ବିପିନ ସାହୁ ଓ ସୁରେନ୍ଦ୍ର ପ୍ରଧାନ । ବିଜେଡିର ବରିଷ୍ଠ ନେତା ସତ୍ୟ ଭୋଇଙ୍କ ନେତୃତ୍ୱରେ ସମସ୍ତେ ବଲାଙ୍ଗିର ବିଜେଡ଼ି ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓଙ୍କ ନେତୃତ୍ୱକୁ ଓ ବିଜେଡ଼ିର ବିକାଶ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେଡ଼ିରେ ମିଶିଥିବା କହିଛନ୍ତି । ବିଜେଡ଼ି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି, ଆଦର୍ଶ ସେମାନଙ୍କୁ ଆକର୍ଷିତ କରିଥିବା ଯୋଗୁଁ ସେମାନେ ବିଜେଡ଼ିରେ ସାମିଲ୍‌ ହୋଇଥିବା ମତବ୍ୟକ୍ତ କରିଛନ୍ତି । ନୂତନ ଭାବେ ବିଜେଡ଼ିରେ ଯୋଗଦାନ କରିଥିବା ସଦସ୍ୟମାନେ ଆହୁରି କହୁଛନ୍ତି ଯେ, ବିଜେଡ଼ି ତୃଣମୂଳ ସ୍ତରରେ ବିକାଶକୁ ଗୁରୁତ୍ୱ ଦେବା ସହ ଓଡ଼ିଶାବାସୀଙ୍କୁ ସମସ୍ତ ଦିଗରେ ସମୃଦ୍ଧ କରିବା ପାଇଁ କାମ କରୁଛି । ବିଜେଡ଼ିର ଏଭଳି ଜନହିତକର କାର୍ଯ୍ୟକ୍ରମରେ ନିଜକୁ ସଂଶ୍ଲିଷ୍ଟ କରି ବିଜେଡ଼ିକୁ ଆହୁରି ବଳିଷ୍ଠ କରିବା ପାଇଁ ସମସ୍ତେ ବିଜେଡ଼ିରେ ସାମିଲ ହୋଇଛନ୍ତି । ବଲାଙ୍ଗିର ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓ ସମସ୍ତ ନୂତନ ସଦସ୍ୟଙ୍କୁ ଫୁଲତୋଡ଼ା ଓ ଉତ୍ତରୀୟ ଦେଇ ସ୍ୱାଗତ ଜଣାଇଛନ୍ତି । ଏହି ଅବସରରେ ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷ ଗୋଲାପ ବାଗ ଓ ବିଜୁ ଛାତ୍ର ସଭାପତି ସୁମନ ନନ୍ଦ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

3 × 1 =

error: Content is protected !!