pakka

୭୩ ଲିଟରରୁ ଅଧିକ ବିଦେଶୀ ମଦ ଜବତ କଲା ପୋଲିସ

bbehera

ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲ ଥାନା ପୁଲିସ ପକ୍ଷରୁ ଚଢାଉ ଅଭିଯାନ । ୭୩ ଲିଟରରୁ ଅଧିକ ବିଦେଶୀ ମଦ ଜବତ କରାଯାଇଛି । ମଦବିକ୍ରି ଅଭିଯୋଗରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ମାଥିଲି ଥାନା ଅଧିକାରୀ ଡି. ମଲ୍ଲିକ ସୂଚନା ଦେଇଛନ୍ତି । ମାଥିଲି ଅଞ୍ଚଳରେ ଦିନକୁ ଦିନ ବିଦେଶୀ ମଦ ଚୋରା ଚାଲାଣ ବଢ଼ିଚାଲିଛି । ଅଭିଯୋଗକୁ ଭିତ୍ତି କରି ମାଥିଲି ଥାନା ଅଧିକାରୀ ଦେବଦତ୍ତ ମଲ୍ଲିକ ଚୋରା ବିଦେଶୀ ମଦ ଚାଲାଣ ଚାଲାଣ ଓ ଚୋରା ବେପାରୀମାନଙ୍କ ଉପରେ ନଜର ରଖିଥିଲେ । ୭୩ ଲିଟର ୭୫୫ ଗ୍ରାମ ବିଭିନ୍ନ କମ୍ପାନୀର ବିଦେଶୀ ମଦ ଜବତ କରିବା ସହିତ ତାଙ୍କୁ ଗିରଫ କରିଥିଲେ । ବାରା ଗ୍ରାମରେ ଅଭିଯୁକ୍ତ କଳାର ଅନେକ ଦିନରୁ ଚୋରା ବିଦେଶୀ ମଦ ବିକ୍ରି କରୁଥିବା ପୋଲିସ ପାଖରେ ଅଭିଯୋଗ ହେଉଥିବା ଥାନା ଅଧିକାରୀ ଦେବଦତ୍ତ ମଲ୍ଲିକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

jay balangir
Leave A Reply

Your email address will not be published.

nineteen + 12 =