csstore

୧୨ ଗୋରୁଙ୍କ ଶୋଚନୀୟ ମୃତ୍ୟୁ

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ନିକଟସ୍ଥ ଜାତୀୟ ରାଜପଥ ନଂ ୧୪୩ ତଳସେରା ଛକ ନିକଟରେ ଆଜି ଭୋର ସମୟରେ ଏକ ମାଲ ବୋଝେଇ ଭାରିଯାନର ଦୁର୍ଘଟଣା ଯୋଗୁ ୧୨ଟି ଗୋରୁଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ଦୁର୍ଘଟଣା ଘଟାଇ ଭାରିଯାନ ଗାଡ଼ି ଫେରାର ହୋଇଯାଇଛି । ଖବର ଅନୁଯାୟୀ, ଆଜି ସକାଳ ପ୍ରାୟ ପାଞ୍ଚଟା ସମୟରେ ରାଉରକେଲାରୁ ଝାରଖଣ୍ଡ ଅଳକୁ ଯାଉଥିବା ଏକ ମାଲବୋଝେଇ ଭାରିଯାନ ଦ୍ରୁତଗତିରେ ଆସି ବୀରମିତ୍ରପୁର ପୌରପାଳିକା ୧୧ ନମ୍ବର ୱାର୍ଡ ତଳସେରା ଛକ ନିକଟରେ ରାସ୍ତାକଡ଼ରେ ବସିଥିବା ଗୋରୁଙ୍କ ଉପରେ ଗାଡି ଚଢ଼ାଇ ଦେବାରୁ ଘଟଣାସ୍ଥଳରେ ହିଁ ୧୨ ଗୋରୁଙ୍କ ଶୋଚନୀୟ ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ଘଟାଇ ଗାଡ଼ିଟି ଘଟଣାସ୍ଥଳରୁ ଝାରଖଣ୍ଡକୁ ଫେରାର ହୋଇଯାଇଥିବା ଦେଖଣାହାରୀଙ୍କ ସୁତ୍ରରୁ ପ୍ରକାଶ । ଘଟଣା ସମ୍ପର୍କରେ ସୂଚନା ପାଇଁ ବୀରମିତ୍ରପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୋରୁଙ୍କ ମୃତଦେହ ଉଦ୍ଧାର କରିଛି ।

jayashree
Leave A Reply

Your email address will not be published.