pakka

୪.୭୫ କେଜି ଗଞ୍ଜେଇ ଜବତ : ୩ ଅଭିଯୁକ୍ତ ଗିରଫ

bbehera

ବିନିକା : ବିନିକା – ସୋନପୁର ରାସ୍ତାର ଫୁଲମୁଠି ଛକରେ ଗଞ୍ଜେଇ ଜବତ କରିବା ସହ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ । ଅଭିଯୁକ୍ତମାନେ ହେଲେ ବାଉଁଶୁଣି ଥାନା ସାହୁପଡାର ଭାସ୍କର ନାଏକ, ରାଜା ନାଏକ ଏବଂ ଗୁଡାପଡାର ସୁବ୍ରତ ରାଜହଂସ । ସୁଚନା ଅନୁଯାୟୀ, ଅଭିଯୁକ୍ତମାନେ ୨ ଟି ବାଇକ ଯୋଗେ ସୋନପୁର ଆଡୁ ଆସୁଥିଲେ । ପୁଲିସ ଫୁଲମୁଠି ଛକରେ ଉକ୍ତ ବାଇକକୁ ଅଟକାଇ ଯାଞ୍ଚ କରିବାରୁ ୪.୭୫ କେଜି ଗଞ୍ଜେଇ ବାହାରିଥିଲା । ଏଥିସହ ପୁଲିସ ଅଭିଯୁକ୍ତଙ୍କଠାରୁ ୨ ଟି ବାଇକ ଏବଂ ୩ ଟି ମୋବାଇଲ୍‌ ଜବତ କରିଥିଲା । ଏନେଇ ବିନିକା ପୁଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରିଥିବା ଜଣାପଡ଼ିଛି ।

jay balangir
Leave A Reply

Your email address will not be published.

2 × 4 =