csstore

ଏକ୍ସନ ମୋଡ଼ରେ ପାଟଣାଗଡ଼ ପ୍ରଶାସନ ଓ ପୋଲିସ

  • ବେଆଇନ ବାସଗୃହ ଉଚ୍ଛେଦ ସହ ଇଟାଭାଟି ସମ୍ପୂର୍ଣ୍ଣ ନଷ୍ଟ

ପାଟଣାଗଡ଼, (ସଦାଶିବ ସରାଫ) : ବଲାଙ୍ଗିର ପରେ ଏବେ ପାଟଣାଗଡ଼ ଅଞ୍ଚଳରେ ଅବାଧ ଭାବରେ ବଢୁଥିବା କ୍ରାଇମ ଉପରେ ରୋକ ଲଗାଇବାକୁ ଜିରୋ ଟଲୋରେନ୍ସ ନୀତି ଅବଲମ୍ବନ କରିଛି ପାଟଣାଗଡ଼ ପ୍ରଶାସନ ଓ ପୋଲିସ । ସରକାରୀ ସ୍ଥାନରେ ରହିଥିବା ବେଆଇନ ବାସଗୃହରେ ଅପରାଧୀ ଜଗା ସେନାପତି ଷଡଯନ୍ତ୍ର ରଚୁଥିବା ଅଭିଯୋଗରେ ଆଜି ପ୍ରଶାସନ ଓ ପୋଲିସ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇ ଜେସିବି ସାହାଯ୍ୟରେ ତାର ଗଡ଼କୁ ଭାଙ୍ଗି ଦିଆଯାଇଛି । ପରେ ପରେ ତାର ଏକ ଇଟାଭାଟିକୁ ମଧ୍ୟ ପ୍ରଶାସନ ଭାଙ୍ଗି ଦେଇଛି । ପାଟଣାଗଡ଼ ତହସିଲଦାର ଲକ୍ଷଣ ମାଝୀଙ୍କ ନେତୃତ୍ୱରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ସହ ଉପଜିଲ୍ଲାପାଳ ଡ଼କ୍ଟର ବିଜୟାନନ୍ଦ ସେଠି, ଉପଖଣ୍ଡ ପୋଲିସ ଅଧିକାରୀ ଜ୍ୟୋତିର୍ମୟ ଭୁକ୍ତା, ଅତିରିକ୍ତ ତହସିଲଦାର ଧୀରଜ ପାତ୍ର, ଥାନା ଅଧିକାରୀ ଅନନ୍ତ ପ୍ରଧାନ, ସେକେଣ୍ଡ ଅଫିସର ବ୍ରଜ ପଣ୍ଡା ପ୍ରମୁଖ ଏହି ଅଭିଯାନରେ ସହଯୋଗ କରିଥିଲେ । ପୂର୍ବରୁ ଜଗା ସେନାପତି ନାଁରେ ପାଟଣାଗଡ଼ ଥାନାରେ ଆଠ ଗୋଟି ବିଭିନ୍ନ ଅପରାଧିକ ମାମଲା ରହିଥିବା ସ୍ଥାନୀୟ ଏସଡ଼ିପିଓ ଜ୍ୟୋତିର୍ମୟ ଭୁକ୍ତା ପ୍ରକାଶ କରିଥିବା ବେଳେ ଆଗାମୀ ଦିନରେ ଆହୁରି ଅପରାଧୀଙ୍କ ଉପରେ ଚଢ଼ାଉ ଜାରି ରହିବ ବୋଲି ପ୍ରକାଶ କରିଛନ୍ତି ।

jayashree
Leave A Reply

Your email address will not be published.