pakka

ସାମାଜିକ ଅନୁଷ୍ଠାନ ମାନବିକତା ପକ୍ଷରୁ ବିଶ୍ୱ ମହିଳା ଦିବସ ପାଳିତ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ସାମାଜିକ ଅନୁଷ୍ଠାନ ମାନବିକତା ପକ୍ଷରୁ ଆଜି ସେକ୍ଟର-୬ ସାଇ ମନ୍ଦିର ପରିସରରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ସଂଯୋଜକ ସରୋଜ ନାୟକଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସମାଜସେବୀ ଶ୍ରଦ୍ଧା ଷଡ଼ଙ୍ଗୀ, ପ୍ରଭାତୀ ମିଶ୍ର, ଆଇସିଡିଏସ ଅଳକା ଦାସ, ଏଏନଏମ ଶର୍ମିଷ୍ଠା ସାହୁ, ସମାଜସେବୀ ପ୍ରଶାନ୍ତ ସେଠୀ ଓ ନିହାର ଦାସ ପ୍ରମୁଖ ଯୋଗ ଦେଇ ଦିବସ ପାଳନର ଯଥାର୍ଥତା ଓ ଆବଶ୍ୟକତା ସମ୍ପର୍କରେ ଉପସ୍ଥିତ ମହିଳାଙ୍କୁ ସୁଚିନ୍ତିତ ବକ୍ତବ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିବା ଲକ୍ଷ୍ମୀ ଦେବୀ ଶତପଥୀ ପ୍ରାରମ୍ଭରେ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶତାଧିକ ମହିଳା ଓ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିବା ଲକ୍ଷ୍ୟ କରାଯାଇଥିଲା । ଅତିଥିମାନଙ୍କ ଦ୍ୱାରା ନିଜ ଅଞ୍ଚଳରେ ଉତ୍ତମ କାର୍ଯ୍ୟ ସମ୍ପାଦନ କରିଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଭାପତି ପ୍ରତିମା ପରିଡ଼ା, ସ୍ମୃତିରେଖା ବିଶ୍ୱାଳ, ସରସ୍ୱତୀ ବାରିକ, ବବିତା ପାଲ, ଅଞ୍ଜଳି ପାଲ, ସବିତା ମୁଦୁଲି, ଲକ୍ଷ୍ମୀ ନାୟକ, କଳ୍ପନା ବିଶ୍ୱାଳ ଜ୍ୟୋସ୍ନାରାଣୀ ସାହୁ, ସ୍ନେହଲତା ମହାନ୍ତି, କୁମାରୀ ନାଗ, ଯଶୋବନ୍ତୀ କୁମ୍ଭାର, ମମତା ଦଣ୍ଡପାଟ, ଗୀତା ପଟ୍ଟନାୟକ ଓ କଳ୍ପନା ବିଶ୍ୱାଳ ପ୍ରମୁଖଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା । ପରେ କୁନି ପ୍ରତିଭାମାନଙ୍କ ଦ୍ଵାରା ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ଶେଷରେ କାର୍ଯ୍ୟକ୍ରମ ସଫଳ ସମ୍ପାଦନା ନିମନ୍ତେ ସମସ୍ତଙ୍କ ସହଯୋଗ ପାଇଁ ସଂଯୋଜକ ସରୋଜ ନାୟକ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave A Reply

Your email address will not be published.

three × one =