pakka

ପିଲାଙ୍କ ପାଖରେ ବିଦ୍ୟାଶ୍ରୀ ଭ୍ରାମ୍ୟମାଣ ପାଠାଗାର

bbehera

ଟିଟିଲାଗଡ଼/ମୁରିବାହାଲ, (ସଞ୍ଜୟ କୁମାର ନାୟକ) : ମୁରିବାହାଲ ବ୍ଲକ ଅନ୍ତର୍ଗତ ବଡଉଡାର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବିଦ୍ୟାଶ୍ରୀ ପିଲାଙ୍କ ଭ୍ରାମ୍ୟମାଣ ପାଠାଗାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋସିଙ୍ଗ ପ୍ରଧାନୀ ସଭାପତିତ୍ୱ କରି ଛାତ୍ରଛାତ୍ରୀଙ୍କୁ ପୁସ୍ତକ ମନସ୍କ ହୋଇ ବାରମ୍ବାର ବହି ପଢି ଜ୍ଞାନ ଆହରଣ କରିବାକୁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟର ସହକାରୀ ଶିକ୍ଷକ ଚନ୍ଦନ କୁମାର ବେହେରା, ସଜନ ବାରିକ, ମହାଦେବ ମାଝୀ ପୁସ୍ତକ ଜୀବନର ସବୁ ସମସ୍ୟା ଦୂର କରିବା ସହିତ ଚଲାପଥ କୁସୁମିତ କରିଥାଏ ବୋଲି ମତ ରଖିଥିଲେ । ଶେଷରେ ପ୍ରତିଯୋଗିତାରେ ଡିକେଶ ହରପାଲ ପ୍ରଥମ, ଦିବ୍ୟାଂସୁ ହରପାଲ ଦ୍ଵିତୀୟ, ଖେଳନ୍ତି ଗହୀର ତୃତୀୟ ସ୍ଥାନ ପାଇ ପୁରସ୍କୃତ ହୋଇ ମାନପତ୍ର ପାଇଥିଲେ । ଶେଷରେ ପାଠାଗାରର ଆୟୋଜକ ବୃନ୍ଦାବନ କୁମ୍ଭାର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

twenty − eighteen =