pakka

ରଙ୍ଗେଇଲୁଣ୍ଡା-ଭୁବନେଶ୍ୱର-ରଙ୍ଗେଇଲୁଣ୍ଡା ଏୟାର ଷ୍ଟ୍ରିପ ଉଡାଣ ସମୟ ନିର୍ଦ୍ଧାରଣ

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରଙ୍ଗେଇଲୁଣ୍ଡା-ଭୁବନେଶ୍ୱର-ରଙ୍ଗେଇଲୁଣ୍ଡା ଏୟାର ଷ୍ଟ୍ରିପ ଉଡାଣ ସମୟ ନିର୍ଦ୍ଧାରଣ ଓ ସମୟ ସାରଣୀ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ତରଫରୁ ପ୍ରକାଶ ପାଇଛି । ଗଞ୍ଜାମ ଜିଲ୍ଲା ପ୍ରଶାସନର ତତ୍ପରତା ପ୍ରକାରେ ପ୍ରକାଶିତ ଏହି ପଦକ୍ଷେପ ଯୋଗୁଁ ଯାତ୍ରା ସକାଶେ ଇଚ୍ଛୁକ ଯାତ୍ରୀଗଣ ଯାତ୍ରା ଅଗ୍ରୀମ ଟିକଟ ସଂଗ୍ରହ କରିପାରିବେ । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ନିର୍ଦ୍ଦେଶ ମୁତାବକ ଜିଲ୍ଲା ପ୍ରଶାସନ ପକ୍ଷରୁ ଟିକଟ ସଂଗ୍ରକ୍ଷଣ କରିବା ସକାଶେ ବ୍ୟବସ୍ଥା କରାଯାଇଛି । ଯାତ୍ରା ଟିକଟର ମୂଲ୍ୟ ୧୨୦୦ ଟଙ୍କା ସହିତ ଅତିରିକ୍ତ ଟିକସ କର ଦେବାକୁ ପଡ଼ିବ । ଅଗ୍ରୀମ ଟିକଟ ନିମନ୍ତେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବରିଷ୍ଠ ସହାୟକ ଉଦ୍ଧବ ସେଠୀଙ୍କ ଫୋନ ନମ୍ବର ୮୨୮୦୦ ୮୫୪୩୭ ସହିତ ଯୋଗାଯୋଗ କରିପାରିବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.

5 + ten =