jayashree

ରାତ୍ରିକାଳୀନ ଚେକିଂ ଜୋରଦାର କରିଛି ଧଉଳି ପୋଲିସ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱର ଧଉଳି ଥାନା ପକ୍ଷରୁ ରାତ୍ରିକାଳୀନ ଚେକିଂ ଜୋରଦାର କରିଛି ଧଉଳି ପୋଲିସ । ଉକ୍ତ ଚେକିଂକୁ ଲିଙ୍ଗିପୁର ଛକ ଦେଇ ଉତ୍ତରା ଯାଉଥିବା ବାଇକ, କାର, ଅଟୋ ଆଦିକୁ ଅଟକାଇ ଚାଳକମାନେ ମଦ୍ୟପାନ କରି ଗାଡି ଚାଳନା କରୁଛନ୍ତି କି ନାହିଁ ଜାଣିବା ପାଇଁ ମିଟର ସାହାଯ୍ୟରେ ଚି଼ହ୍ନଟ କରୁଛନ୍ତି । ମଦ୍ୟପାନ କରିଥିବା ଚାଳକମାନଙ୍କ ଠାରୁ ମୋଟା ଅଙ୍କର ଫାଇନ ଆଦାୟ କରିବା ସହିତ ରାତ୍ରିକାଳୀନ ମଦ୍ୟପଙ୍କୁ ସାବଡ଼ କରୁଛନ୍ତି ପୋଲିସ । ଭବିଷ୍ୟତରେ ଯଦି ଚାଳକମାନେ ପୁନର୍ବାର ଭୁଲ କରନ୍ତି ସେମାନଙ୍କର ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯିବ ବୋଲି ପୋଲିସ ପ୍ରଶାସନ ପକ୍ଷରୁ କଡା ଚେତାବନୀ ଦିଆଯାଇଛି । ଏହି ଚେକିଂ ସମୟରେ ଥାନା ଅଧିକାରୀ ସ୍ମୃତି ରଞ୍ଜନ ମହାନ୍ତି, ଭୁବନେଶ୍ୱର ଜୋନ ୨ ଏସିପି କୃଷ୍ଣଚନ୍ଦ୍ର ପଲେଇଙ୍କ ସହ ଧଉଳି ଥାନା ପୋଲିସ ଟିମ ରହି ଚେକିଂକୁ କଡାକଡି କରିଥିଲେ ।

Leave A Reply

Your email address will not be published.