jayashree

ଆକ୍ସନ ମୋଡ଼ରେ ବଲାଙ୍ଗିର ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆକ୍ସନ ମୋଡ଼ରେ ବଲାଙ୍ଗିର ପୋଲିସ । ବଢୁଥିବା କ୍ରାଇମ୍‌କୁ ରୋକିବା ପାଇଁ ଓ ଅପରାଧୀଙ୍କୁ ସାବାଡ଼ କରିବା ପାଇଁ ବଲାଙ୍ଗିର ପୋଲିସ ବାହାର କରାଇଛି ନୂଆ ଅଭିଯାନ । ଯେଉଁମାନେ ଚୋରି, ରାହାଜାନି, ଡକାୟତି, ଗଂଜେଇ, କଫ ସିରଫ ଚୋରା ଚାଲାଣ ଓ ବେଆଇନ ମଦ ବିକିବା ମାମଲାରେ ଗିରଫ ହୋଇ ବାରମ୍ବାର ଜେଲ ଯାଉଛନ୍ତି । ପୁଣି ବାହାରକୁ ଆସି ସେହି କାମରେ ହିିଁ ଲିପ୍ତ ରହୁଛନ୍ତି । ଗୋଟିଏ ପ୍ରକାର କହିବାକୁ ଗଲେ ପେଶାଦାର ଅପରାଧି ସାଜୁଛନ୍ତି । ସେମାନଙ୍କ ପାଇଁ ବଲାଙ୍ଗିର ପୋଲିସ ପକ୍ଷରୁ ଏହି ନୂଆ ଅଭିଯାନ ଆରମ୍ଭ କରାଯାଇଛି । ସେମାନଙ୍କୁ ଏହି ନୂଆ ଅଭିଯାନରେ କଡ଼ା ଦଫା ଲଗାଇ ଜେଲ ପଠାଯିବ । । ଯଦ୍ୱାରା ସେମାନେ ଏଭଳି ଅପରାଧୀକ କାର୍ଯ୍ୟରେ ଆଉ ଲିପ୍ତ ରହିବେ ନାହିିଁ । ଯାହାକୁ ନେଇ ସ୍ଥାନୀୟ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ବଲାଙ୍ଗିର ଏସ୍‌ପି ଏକ ସାମ୍ବାଦିକ ସମ୍ମିଳନୀ କରି ବଡ଼ ସୂଚନା ଦେଇଛନ୍ତି । ଏହି ନୂଆ ଅଭିଯାନରେ ଆଇନ ଶୃଙ୍ଖଳା ରକ୍ଷା ପାଇଁ ୧୧୦ ଜଣ ବ୍ୟକ୍ତିଙ୍କ ବିରୋଧରେ ୧୨୬ଟି ପ୍ରିଭେଣ୍ଟିଭ୍ ପିଆର୍ ଏବଂ ଜଣେ ବ୍ୟକ୍ତିଙ୍କ ବିରୋଧରେ ୧ଟି ୧୨୯ ପିଆର୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଏସ୍‌ପି ଅଭିଳାଷ ଜି କହିଛନ୍ତି । ଏହି ଅଭିଯାନ ଜିଲ୍ଲା ପୁଲିସ ପକ୍ଷରୁ ୧୧.୦୫.୨୦୨୬ ତାରିଖରୁ ବିଶେଷ ଅଭିଯାନ ଆରମ୍ଭ କରାଯାଇଥିବା ନେଇ ସୂଚନା ଦିଆଯାଇଛି ।

Leave A Reply

Your email address will not be published.