କରୋନା ଆରୋଗ୍ୟ ସରକାରୀ କର୍ମଚାରୀଙ୍କ ପ୍ଲାଜ୍‌ମା ଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଳକ୍‌ ପ୍ରୋଗ୍ରାମ ମେନେଜର କବିନ୍ଦ୍ର ଜେନା ସ୍ୱେଚ୍ଛାକୃତ ଭାବେ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ମହାବିଦ୍ୟାଳୟ, ବୁର୍ଲାର ପ୍ଲାଜ୍‌ମା ଭଣ୍ଡାର ଠାରେ ପ୍ଲାଜ୍‌ମା ଦାନ କରିଛନ୍ତି । ପ୍ରକାଶ ଯୋଗ୍ୟ ଯେ, ସେ ନିଜେ କରୋନା ଆକ୍ରାନ୍ତ ହୋଇ ଆଇସୋଲେସନ୍‌ରେ ରହି ଚିକିତ୍ସା ପରେ କରୋନାମୁକ୍ତ ହୋଇଥିଲେ । ଏହି ମହତ୍‌ କାର୍ଯ୍ୟ ପାଇଁ ଶ୍ରୀ ଜେନାଙ୍କୁ ଭୀମ୍‌ସାର୍‌ ପ୍ଲାଜ୍‌ମା ଭଣ୍ଡାରଠାରେ ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରଦତ୍ତ ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଛି । ନିଜେ କରୋନାକୁ ପରାସ୍ତ କରି ଅବଶେଷରେ ଗୁରୁତର କରୋନା ରୋଗୀଙ୍କ ଜୀବନ ବଂଚାଇବା ସକାଶେ ସ୍ୱେଚ୍ଛାକୃତ ଭାବେ ପ୍ଲାଜ୍‌ମା ଦାନ କରିଥିବାରୁ ଉପରୋକ୍ତ ସରକାରୀ କର୍ମଚାରୀଙ୍କୁ ଜିଲ୍ଲା ପ୍ରଶାସନ ତଥା ଏ ଅଂଚଳର ବୁଦ୍ଧିଜୀବୀ ପ୍ରଶଂସା କରିଛନ୍ତି । ଶ୍ରୀ ଜେନାଙ୍କ ଏପରି ମହତ୍‌ ପଦକ୍ଷେପ ଅନ୍ୟମାନଙ୍କୁ ପ୍ରୋତ୍ସାହିତ କରିବ ବୋଲି ସ୍ଥାନୀୟ ଅଂଚଳରେ ମତପ୍ରକାଶ ପାଇଛି ।

Leave A Reply

Your email address will not be published.