om academy

ଜେଇଇ ଆଡ୍‌ଭାନ୍ସଡ଼୍‌ରେ ଉଲ୍ଲେଖନୀୟ କୃତୀତ୍ୱ ପାଇଁ ରୌନକ ଡାଲମିଆ ଓ ମନ୍ଥନ ଡାଲମିଆଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଂଟାବାଂଜିର ରୌନକ ଡାଲମିଆ ଓ ମନ୍ଥନ ଡାଲମିଆ ସର୍ବ ଭାରତୀୟ ଜେଇଇ ଆଡ଼୍‌ଭାନ୍ସଡ଼ ପ୍ରବେଶିକା ପରୀକ୍ଷାରେ ଉଲ୍ଲେଖନୀୟ କୃତୀତ୍ୱ ହାସ୍‌ଲ କରିଛନ୍ତି । ଆଜି ପୂର୍ବାହ୍ନରେ ରୌନକ ଓ ମନ୍ଥନଙ୍କୁ ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଜିଲ୍ଲାପାଳ ଚଞ୍ଚଳ ରାଣା ରୌନକ ଓ ମନ୍ଥନଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ପ୍ରଶଂସାପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି ଏବଂ ସେମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ଏହି ସମ୍ବର୍ଦ୍ଧନା ସମୟରେ ରୌନକ ଓ ମନ୍ଥନଙ୍କ ଅଭିଭାବକ ରାଜେଶ କୁମାର ଡାଲମିଆ, ସୀମା ଡାଲମିଆ ଓ ବିଜୟ ଡାଲମିଆ ଉପସ୍ଥିତ ଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରିଛନ୍ତି ବଲାଙ୍ଗିର ଡିଆଇପିଆର୍‌ଓ ଜୟଦେବ ପାଣିଗ୍ରାହୀ ।

Leave A Reply

Your email address will not be published.