ବାଇକ୍‌କୁ ପଛରୁ ପିଟିଲା ଟ୍ରକ : ୧ ମୃତ

କଣାସ : ବାଇକ୍‌କୁ ପଛରୁ ପିଟିଲା ଟ୍ରକ । ଦୁର୍ଘଟଣାରେ ଆରୋହୀ ମୃତ । ଆଜି ପୁରୀ ଜିଲ୍ଲା କଣାସ ନୂଆ ଜଗନ୍ନାଥ ସଡ଼କ ଦୋଖଣ୍ଡପୁରରେ ଘଟିଛି ଏହି ଦୁର୍ଘଟଣା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ଏହା ସହିତ ଘଟଣାର ତଦନ୍ତ ମଧ୍ୟ ଜାରି ରଖିଛି । ବର୍ତ୍ତମାନ ସୁଦ୍ଧା ମୃତ ବାଇକ୍ ଆରୋହୀଙ୍କ ପରିଚୟ ମିଳିପାରିନାହିଁ । ଦୁର୍ଘଟଣା ଘଟାଇଥିବା ଗାଡି ସଂପର୍କରେ ମଧ୍ୟ କୌଣସି ସୂଚନା ମିଳିନାହିଁ ।

Leave A Reply

Your email address will not be published.

11 + four =