ଗାୟତ୍ରୀ ପରିବାରର ଆସ ଗଢ଼ିବା ସଂସ୍କାର ବାନ ପିଢ଼ି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ଶୁକ୍ରବାର ଦିନ ଅପରାହ୍ନ ୩ଟାରେ ସ୍ଥାନୀୟ ମାରୱାଡ଼ି ସେବା ସଦନଠାରେ ଆସ ଗଢ଼ିବା ସଂସ୍କାର ବାନ ପିଢ଼ିର ସଂଯୋଜକ ବିଚିତ୍ର କୁମାର ସାହୁଙ୍କ ମାର୍ଗ ଦର୍ଶନରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ମାରୱାଡ଼ି ସମାଜ ଓ ଗାୟତ୍ରୀ ପରିବାରର ଦୁଇ ଶହ ମହିଳା ଯୋଗଦେଇ ଥିଲେ । ଧର୍ମଗଡ ଗାୟତ୍ରୀ ପରିବାର ପ୍ରଶିକ୍ଷିକା ଶ୍ରୀମତୀ ସରିତା ଅଗ୍ରୱାଲ ପାୱାର ପଏଣ୍ଟ ଜରିଆରେ ଗର୍ଭୋତ୍ସବ ସଂସ୍କାର, ଗର୍ଭ ଗ୍ୟନବିଜ୍ଞାନ ବିଷୟରେ ପର୍ଶିକ୍ଷଣ ଦେଇ ଏକ ସଂସ୍କାର ବାନ ପିଢ଼ି ଭବିଷ୍ୟତରେ ଗଠାନ କରିବା ପାଇଁ ପ୍ରବର୍ତ୍ତାଇ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବଲାଙ୍ଗିର ଗାୟତ୍ରୀ ପରିବାର ଜିଲ୍ଲା ସଂଯୋଜକ ସତ୍ୟନାରାୟଣ ଗୁପ୍ତା ଆଗାମୀ ଦିନରେ ଏକ ଏକ ଉନ୍ନତ ସମାଜ ସୃଷ୍ଟି ପାଇଁ ସଂସ୍କାର ଜରୁରୀ ଆବଶ୍ୟକ ବୋଲି ମତ ରଖିଥିଲେ । ମୂଖ୍ୟ ଉଦ୍ୟୋକ୍ତା ସଭାପତି ଶ୍ରୀମତୀ ଲକ୍ଷ୍ମୀ ଅଗ୍ରୱାଲ, ଶ୍ରୀମତି ଜ୍ୟୋତି ଅଗ୍ରୱାଲ, ବବିତା, ନଳିନୀ, ମଧୁଛନ୍ଦା, ମୋକ୍ଷାଦା ଶର୍ମା, ବୀଣାପାଣି ଆଚାର୍ଯ୍ୟ, ସୁଶୀଳା ବିଶ୍ଵାଳ, ସଂଯୁକ୍ତା ମିଶ୍ର, କେବଟ ଭଉଣୀ ଓ ଭାଇମାନେ ଉକ୍ତ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ସମ୍ପାଦନ ପାଇଁ ସହଯୋଗ କରି ଥିଲେ ।

Leave A Reply

Your email address will not be published.

16 + 10 =