pakka

ଅନିର୍ଦ୍ଦିଷ୍ଟ କାଳ ପାଇଁ ପିଆଜ ରପ୍ତାନି ବନ୍ଦ

bbehera

ନୂଆଦିଲ୍ଲୀ : ଭାରତ ସରକାର ପିଆଜ ରପ୍ତାନି ଉପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କଟକଣା ଲଗାଇଛନ୍ତି । ଆଗକୁ ନିର୍ବାଚନ ଥିବାବେଳେ ହଠାତ ଏଭଳି ଘୋଷଣା କରାଯାଇଛି । ଭାରତର ଏହି କଟକଣା ଫଳରେ ଅନେକ ବିଦେଶୀ ବଜାରରେ ଦର ବଢ଼ିବ । ପିଆଜର ବୃହତ୍ ରପ୍ତାନିକାରୀ ଦେଶ ହେଉଛି ଭାରତ । ଡିସେମ୍ବରରେ ଏହାର ରପ୍ତାନି ଉପରେ କେନ୍ଦ୍ର ସରକାର କଟକଣା ଲଗାଇଥିଲେ । ଏହାର ଅବଧି ମାର୍ଚ୍ଚ ୩୧ ଯାଏ ଥିଲା । କଟକଣା ପରେ ସ୍ଥାନୀୟ ବଜାରରେ ଦର ଅଧା ହୋଇଯାଇଥିବାରୁ ତଥା ନୂଆ ଅମଳ ବଜାରକୁ ଆସିଯାଇଥିବାରୁ ବ୍ୟବସାୟୀମାନେ ଅନୁମାନ କରୁଥିଲେ ଯେ, ସରକାର ରପ୍ତାନି କଟକଣାକୁ ଉଠାଇ ଦେଇପାରନ୍ତି । କିନ୍ତୁ ସରକାର ଶୁକ୍ରବାର ବିଳମ୍ବିତ ରାତ୍ରିରେ ଏକ ବିଜ୍ଞପ୍ତି ଜାରି କରି କଟକଣାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମ୍ପ୍ରସାରଣ କରିଛନ୍ତି।

Leave A Reply

Your email address will not be published.

thirteen − 4 =