pakka

ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ବ୍ୟକ୍ତି ମୃତ

bbehera

ସମ୍ବଲପୁର : ବିଦ୍ୟୁତ୍‌ ଆଘାତରେ ସଦର ଥାନା ଅଞ୍ଚଳର ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତକ ଜଣକ ହେଉଛନ୍ତି ପିଲାକନ୍ଦେଇପଡ଼ାର ଜବାହର ସାହୁ(୪୯) । ଶୁକ୍ରବାର ରାତିରେ ସେ ମାଛ ମାରିବା ପାଇଁ ଯାଉଥିବା ବେଳେ ପୋଖରୀ ନିକଟରେ ପଡ଼ିଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଥିଲେ । ସୂଚନା ପାଇ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି ।

Leave A Reply

Your email address will not be published.

thirteen − 3 =